ଦିଲ୍ଲୀରେ ଦାମ ଧରିଲେ ପଦ୍ମ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସବୁ କଳ୍ପନା ଜଳ୍ପନା ର ଅନ୍ତ ଘଟାଇ ଆଜି ସନ୍ଧ୍ୟାରେ ଦାମ ଦିଲ୍ଲୀରେ ଧରିଲେ ପଦ୍ମ । ଆଜି ବିଧିବଦ୍ଧ ଭାବରେ ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ବରିଷ୍ଠ ନେତା ଦାମୋଦର ରାଉତ ବିଜେପିରେ ଯୋଗଦାନ କରିଛନ୍ତି । ଏହି ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡିଶା ପ୍ରଭାରୀ ଅରୁଣ ସିଂ, ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂଦେଓ ଓ ଜାତୀୟ-ଉପସଭାପତି ତଥା ଦଳର ମୁଖପାତ୍ର ବୈଜୟନ୍ତ ପଣ୍ଡା ଆଦି ଉପସ୍ଥିତ ଥିଲେ ।

ସୂଚନା ଅନୁଯାୟୀ, ଆଜି ବିଧିବଦ୍ଧ ଭାବରେ ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ବରିଷ୍ଠ ନେତା ଦାମୋଦର ରାଉତ ବିଜେପିରେ ଯୋଗଦାନ କରିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଦାମବାବୁ ଜଣେ ବିଜୁପ୍ରେମୀ ନେତା ସେ ବିଜୁ ବାବୁଙ୍କ ଚିନ୍ତାଧାରାରେ ଅନୁପ୍ରାଣିତ । ତାଙ୍କ ପରି ବରିଷ୍ଠ ନେତାଙ୍କୁ ଆମ ଦଳ ତରଫରୁ ସ୍ୱାଗତକରାଯାଉଛି । ସେହିପରି ଏହି ମିଶ୍ରଣ ପର୍ବରେ ଦାମ ନବୀନଙ୍କ ଉପରେ ଖୁବ ବର୍ଷି ଥିଲେ । କହିଥିଲେ ସେ ବିଜୁ ବାବୁଙ୍କ ସହ ୨୦ବର୍ଷ କାମ କରିଛନ୍ତି । ବିଜୁବାବୁଙ୍କ ଠାରୁ ନବୀନଙ୍କ ଚିନ୍ତାଧାରା ସମ୍ପୂର୍ଣ୍ଣ ବିପରୀତ । ଦୀର୍ଘ ୩୫ ବର୍ଷ କାଳ ମୁଁ ବିଧାୟକ ଓ ମନ୍ତ୍ରୀ ଭାବେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଦାୟିତ୍ୱରେ ଥିଲି । ବହୁ ଚିନ୍ତା କରିବା ପରେ ମୁଁ ବିଜେପିରେ ଯୋଗ ଦେଇଛି । ଓଡ଼ିଶାର ବିକାଶ ପାଇଁ ମୁଁ ବିଜେପିରେ ଯୋଗଦେଇଛି ବୋଲି ଡା. ରାଉତ ତାଙ୍କ ବକ୍ତବ୍ୟରେ କହିଛନ୍ତି । ଦାମ ବିଜେପିରେ ଯୋଗଦେବା ନେଇ ପୂର୍ବରୁ ସୂଚନା ଦେଇଥିଲେ ।

Leave a comment