କୋର୍ଟରେ ହାଜର ହେଲେ ଡି ବ୍ରଦର୍ସ ସୁଶୀଲ ଓ ସୁଶାନ୍ତ ଧଳସାମନ୍ତ

0

କଟକ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଦିପୁ ଏବଂ ଓମ ହତ୍ୟା ମାମଲାରେ ଗିରଫ ହୋଇଥିବା ଡି ବ୍ରଦର୍ସ ସୁଶୀଲ ଓ ସୁଶାନ୍ତ ଧଳସାମନ୍ତ ଆଜି କୋର୍ଟରେ ହାଜର ହୋଇଛନ୍ତି ।
ଉଭୟଙ୍କୁ କଟକ ଜିଲ୍ଲା ଓ ଦୌରାଜଜ୍ କୋର୍ଟରେ କଡା ସୁରକ୍ଷା ବଳୟରେ ହାଜର କରାଯାଇଛି। ଖୁଣ୍ଟକଟା ଫାର୍ମ ହାଉସରେ ଦିପୁ ଏବଂ ଓମଙ୍କୁ ପିଟିପିଟି ହତ୍ୟା କରାଯିବା ପରେ ସେମାନଙ୍କ ମୃତଦେହ ଝାଡ଼ଖଣ୍ଡରେ ପୋଡି ଦେଇଥିବା ଅଭିଯୋଗ ହୋଇଥିଲା ।

ଏହା ପର ଠାରୁ ଜେଲରେ ଥିଲେ ଡ଼ି ବ୍ରଦର୍ସ । ଗତକାଲି ମାମଲା କୋର୍ଟରେ ଶୁଣାଣି ହେବାର ଥିଲା । ମାତ୍ର କୋର୍ଟ ରେଫରାନ୍ସ ଯୋଗୁଁ ଆଜି ମାମଲାର ଶୁଣାଣି ହେବ ।
ଆଜି ତତ୍କାଳୀନ ଥାନାଧିକାରୀ ତଥା ତଦନ୍ତକାରୀ ଅଧିକାରୀ ଅଜୟ ଦାସଙ୍କ ସାକ୍ଷ୍ୟଗ୍ରହଣ କରାଯିବ ।

Leave a comment