ସମ୍ଭାବ୍ୟ ବାତ୍ୟା ‘ମୋଚା’କୁ ନେଇ ଏଭଳି ବଡ ଅପଡେଟ

0

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଦେଖାଦେଇଥିବା ଘୂର୍ଣ୍ଣିବଳୟ ମେ’ ୭ ତାରିଖରେ ଘନୀଭୂତ ହୋଇ ଲଘୁଚାପ ରୂପ ନେବ । ଏପରି ଆକଳନ କରିଛି ପାଣିପାଗ ବିଭାଗ ।

ଭାରତୀୟ ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଘୂର୍ଣ୍ଣିବଳୟ ମେ’ ୬ ତାରିଖରେ ଅଧିକ ଘନିଭୂତ ହେବ ।

୭ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ମେ’ ୮ ତାରିଖରେ ଅବପାତର ରୂପ ନେବ । ଏହାପରେ ଉତ୍ତର ଦିଗ ହୋଇ କେନ୍ଦ୍ରୀୟ ବଙ୍ଗୋପସଗାର ଆଡକୁ ଗତି କରି ମେ ୯ ତାରିଖ ବେଳକୁ ବାତ୍ୟା ରୂପ ନେବ । ଏହି ବାତ୍ୟାର ନାମ ରଖାଯାଇଛି ‘ମୋଚା’।

ଲଘୁଚାପ କ୍ଷେତ୍ରରେ ପରିଣତ ହେବା ପରେ ଏହା କେଉଁଦିଗକୁ ଗତି କରିବ ତାହାର ଚିତ୍ର ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯିବ । ଏହା ଉପରେ ପାଣିପାଗ ବିଭାଗ ନଜର ରଖିଛି ଏବଂ ନିୟମିତ ବ୍ୟବଧାନରେ ସୂଚନା ଜାରି କରାଯାଉଥିବା ବିଭାଗ କହିଛି । ତେବେ ବଙ୍ଗୋପସାଗର ଏବଂ ସଂଲଗ୍ନ ଆଣ୍ଡାମାନ ସି ଏବଂ କେନ୍ଦ୍ରୀୟ ବଙ୍ଗୋପସାଗରର ଭିତରକୁ ମତ୍ସ୍ୟଜୀବୀଙ୍କୁ ନ ଯିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ଏହାର ପ୍ରଭାବରେ ଦକ୍ଷିଣ ପୂର୍ବ ବଙ୍ଗୋପ ସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ମେ’ ୭ ତାରିଖରେ ୪୦ରୁ ୫୦ କିମି ବେଗରେ ପବନ ବହିପାରେ । ସ୍ଥାନେ ସ୍ଥାନେ ପବନର ବେଗ ୬୦ ଛୁଇଁପାରେ । ଅନ୍ୟପଟେ ଏହି ବାତ୍ୟାର ଗତି କେମିତି ରହିବ ସେନେଇ ବିଭିନ୍ନ ମଡେଲଙ୍କ ପକ୍ଷରୁ ଆକଳନ କରାଯାଇଛି । ସମ୍ଭାବ୍ୟ ବାତ୍ୟା ମିଆଁମାର ଓ ବାଂଲାଦେଶ ଉପକୂଳ ଅତିକ୍ରମ କରିବା ନେଇ ବିଭିନ୍ନ ମଡେଲ ଆକଳନ କରିଛନ୍ତି ।

ଏହାର ପ୍ରଭାବ ଓଡ଼ିଶାରେ କ’ଣ ରହିବ ତାହା ସ୍ପଷ୍ଟ ହୋଇନାହିଁ । ୭ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏ ସମ୍ପର୍କିତ ଆକଳନ କରାଯିବ। ପାଣିପାଗ ବିଶେଷଜ୍ଞ ମଧ୍ୟ କହିଛନ୍ତି ଯେ, ଘୂର୍ଣ୍ଣିବଳୟ ଉତ୍ତର ଦିଗକୁ ଗତି କରି ଲଘୁଚାପରେ ପରିଣତ ହେବ।

Leave a comment