ଘୂର୍ଣ୍ଣିବାତ୍ୟା ‘ନିସର୍ଗ’ର ଲ୍ୟାଣ୍ଡ ଫଲ ପ୍ରକ୍ରିୟା ଆରମ୍ଭ, ମୁମ୍ବାଇରେ ହାଇଆଲର୍ଟ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆରବ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବାତ୍ୟା ‘ନିସର୍ଗ’ର ଲ୍ୟାଣ୍ଡ ଫଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।
ଅଳ୍ପ ସମୟ ମଧ୍ୟରେ ସାମୁଦ୍ରିକ ବାତ୍ୟା ଭୂ-ଭାଗକୁ ପ୍ରବେଶ କରିବ। ଏଣୁ ଉପକୂଳରେ ପବନର ବେଗ ବଢିବାରେ ଲାଗିଛି। ବାତ୍ୟା ଭୂ-ଭାଗକୁ ପ୍ରବେଶ କରିବା ବେଳକୁ ପବନର ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ବେଗ ଧରିବ। ଏଣୁ ଉପୁଜିବାକୁ ଥିବା ପରିସ୍ଥିତିରେ ଲୋକଙ୍କୁ କଣ କରିବା ଓ ନ କରିବା ଉଚିତ ସେ ନେଇ ବୃହନ୍ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ(ବିଏମସି) ସତର୍କତା ଜାରି କରିଛନ୍ତି। ବାତ୍ୟା ମହାରାଷ୍ଟ୍ରର ହରିହରେଶ୍ୱର ଓ ଡାମନ ମଧ୍ୟବର୍ତ୍ତି ଆଲିବାଗଠାରୁ ୪୦ କିଲୋମିଟର ଓ ମୁମ୍ବାଇ ଠାରୁ ୯୫ କିଲୋମିଟର ଦୂରରେ ଭୂ-ଭାଗକୁ ପ୍ରବେଶ କରିଛି।
ଏହି ପ୍ରକ୍ରିୟା ପ୍ରାୟ ୬ ଘଣ୍ଟା ଧରି ଚାଲିବ। ଭୂଭାଗକୁ ପ୍ରବେଶ କରିବା ପରେ ଝଡବାତ୍ୟାର ପ୍ରଭାବ କ୍ରମଶଃ ବଢିବାରେ ଲାଗିବ । ଆଗାମୀ ୨ରୁ ୩ଘଣ୍ଟାରେ ଝଡ ବାତ୍ୟ ଠାଣେ ଓ ମୁମ୍ବାଇ ଦେଇ ପ୍ରବାହିତ ହେବ। ଏହି ସମୟରେ ଘଣ୍ଟା ପ୍ରତି ୧୦୦ରୁ ୧୧୦ କିଲୋମିଟର ବେଗରେ ପବନ ବହିବ। ଏଣୁ ଲୋକଙ୍କୁ ଦୁର୍ବଳ ଓ ପୂରୁଣା କୋଠ ନିକଟରୁ ଦୂରେଇ ରହିବାକୁ ବିଏମସି ସତର୍କ କରାଇ ଦେଇଛନ୍ତି। ସେହିପରି ଘରେ ଆବଶ୍ୟକତା ନଥିଲେ ବିଦ୍ୟୁତ ସ୍ୱିଚ୍ ଓ ଗ୍ୟାସ୍ ଆଦି ବନ୍ଦ କରିିଦିନ୍ତୁ।