ଅକ୍ଟୋବରରେ ବାତ୍ୟା !

ଓଡ଼ିଶାକୁ ପୁଣି ବାତ୍ୟା ଭୟ । ଅକ୍ଟୋବର ପ୍ରଥମ ସପ୍ତାହରେ ଆସିପାରେ ବାତ୍ୟା । ଆଣିପାରେ ପ୍ରବଳ ବର୍ଷା । ଅକ୍ଟୋବର ପ୍ରଥମ ସପ୍ତାହରେ ବଙ୍ଗୋପସାଗରେ ବାତ୍ୟା ସୃଷ୍ଟି ହେବାର ଆଶାଙ୍କା ରହିଛି । ପାଣିପାଗ ଆକଳନ ସଂସ୍ଥା ଏନସେପ, ଜିଏଫଏସ୍, ଏନକାନ ଓ ୟୁରୋପିଆନ ମଡେଲ ଅନୁସାରେ, ସେପ୍ଟେମ୍ବର ଶେଷ ଆଡକୁ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ପାର୍ଶ୍ୱବର୍ତ୍ତୀ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।
ଏହା ପାଖାପାଖି ୨୮ ସେପ୍ଟେମ୍ବର ଆଡକୁ ଅବପାତର ରୂପ ନେବା ସହ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ମୁହାଁ ହେବାର ସମ୍ଭାବନା ରହିଛି । ଏନସେପ, ଜିଏଫଏସର ତଥ୍ୟ ଅନୁଯାୟୀ, ୨୯ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରେ ଅବପାତ ସୃଷ୍ଟି ହେବ । ଏବଂ ପରବର୍ତି ୩ରୁ ୪ ଦିନ ମଧ୍ୟରେ ଏହା ଆହୁରୀ ଘନିଭୂତ ହୋଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ବାତ୍ୟାର ରୂପ ନେବ ।
ଏଥିସହ ବାତ୍ୟାଟି ଓଡ଼ିଆ ମୁହାଁ ହେବାର ସମ୍ଭାବନା ରହିଛି । କିନ୍ତୁ ଆଇଏମଡିର ସୂଚନା ମୁତବାକ, ପୂର୍ବ-କେନ୍ଦୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ଅଧିକ ଘନିଭୂତ ହୋଇ ଏକ ଅବପାତ କିମ୍ବା ବାତ୍ୟାର ପରିଣତ ହେବାର ଅଳ୍ପ ସମ୍ଭାବନା ରହିଥିବା କୁହଯାଇଛି । ଓଡ଼ିଶା ପାଇଁ ଅକ୍ଟୋବରକୁ ବାତ୍ୟା ଋତୁ ଭାବେ ଗଣାଯାଉଛି । ୧୯୯୯ ମହାବାତ୍ୟା, ୨୦୨୩ ଫାଇଲିନ, ସିତରାଙ୍ଗ ଆଦି ବାତ୍ୟା ଅକ୍ଟୋବାର ମାସରେ ହୋଇଛି । ତେଣୁ ଅକ୍ଟୋବରେ ଆଉ ଏକ ବାତ୍ୟା ଆସିପାରେ ବୋଲି କୁହାଯାଉଛି ।