ସକାଳ ୮ଟା ରେ ଲ୍ୟାଣ୍ଡ ଫଲ୍‌ କରିବ ଫନି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାତ୍ୟା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ ସାମୁଦ୍ରିକ ଝଡ଼ ଫନି ଶୁକ୍ରବାର ସକାଳ ୬ଟାରୁ ୧୦ଟା ମଧ୍ୟରେ ପୁରୀରେ ଲ୍ୟାଣ୍ଡଫଲ୍‌ କରିବ । ଏହା ପ୍ରଭାବରେ ଓଡ଼ିଶା ସମେତ ଆନ୍ଧ୍ରପଦେଶ ଓ ପଶ୍ଚିମବଙ୍ଗରେ ପ୍ରବଳ ପବନ ବର୍ଷା ହେବ । ଓଡ଼ିଶାରେ ଏହାର ବିଶେଷ ପ୍ରଭାବ ପଡ଼ିବ । ଘଣ୍ଟାକୁ ପ୍ରାୟ ୨୦୦ କିମି ବେଗରେ ପବନ ବୋହିବା ଆଶଙ୍କା କରାଯାଉଛି । ତେବେ କାଲି ସକାଳୁ ଘରୁ ବାହାରକୁ ନ ବାହାରିବା ପାଇଁ ଭାରତୀୟ ପାଣିପାଗ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି । ଉଦ୍ଧାର କାର୍ଯ୍ୟ ପାଇଁ ବିଭିନ୍ନ ଜିଲାରେ ଏନ୍‌ଡିଆର୍‌ଏଫ୍‌ ଓ ଓଡ୍ରାଫ୍‌ ଟିମ୍‌ ପହଞ୍ଚତ୍ ସାରିଛନ୍ତି ।

ଏହାକୁ ଦୃଷ୍ଟିରେ ରଖି ଆଜି ପ୍ରଧାନମନ୍ତ୍ରୀ ମୋଦି ଏହି ସମୀକ୍ଷା ବୈଠକ କରିଛନ୍ତି । ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ଏହି ବୈଠକରେ ଆଲୋଚନା ହୋଇଥିଲା । ଏଥିସହ ଅନ୍ୟାନ୍ୟ ପରିସ୍ଥିତିର ମୁକାବିଲା ପାଇଁ ନୈସେନା ଓ ସ୍ଥଳ ସେନାକୁ ସଜାଗ ରଖାଯାଇଥିବା ଜଣାପଡ଼ିଛି । ବୈଠକରେ କ୍ୟାବିନେଟ ସଚିବ, ପ୍ରଧାନମନ୍ତ୍ରୀଙ୍କ ସଚିବ, ପ୍ରଧାନମନ୍ତ୍ରୀଙ୍କ ଆଡିସନାଲ ସଚିବ, ସ୍ବରାଷ୍ଟ୍ର ସଚିବ, ଆଇଏମଡି, ଏନ୍‌ଡିଆରଏଫ, ଏନ୍‌ଡିଏମଏ ଓ ପିଏମଓର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

Leave a comment