ଫନୀ କ୍ଷୟକ୍ଷତି ରିପୋର୍ଟ

୫ଲକ୍ଷରୁ ଊର୍ଦ୍ଧ୍ୱ ଘର ଭାଙ୍ଗିଛି, ଦେଢ଼ କୋଟିରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାତ୍ୟା ଫନୀ ଯୋଗୁ ରାଜ୍ୟରେ ହୋଇଥିବା କ୍ଷୟକ୍ଷତିର ରିପୋର୍ଟ ଦେଇଛନ୍ତି ରାଜ୍ୟ ସରକାର । ଶୁକ୍ରବାର ଏସଆର୍‌ସି ବିଷ୍ଣୁପଦ ସେଠୀ ଦେଇଥିବା ସୂଚନା ଅନୁଯାୟୀ, ରାଜ୍ୟର ପୁରୀ, ଖୋର୍ଦ୍ଧା, କଟକ, ଅନୁଗୋଳ, ବାଲେଶ୍ୱର, ଭଦ୍ରକ, ଢ଼େଙ୍କାନାଳ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ମୟୂରଭଞ୍ଜ ଓ ନୟାଗଡ଼ ଜିଲା ଫନୀ ଯୋଗୁ କ୍ଷତିଗ୍ରସ୍ତ ହୋଇଛି । ଉକ୍ତ ଜିଲା ଗୁଡ଼ିକରେ ମୋଟ ୧ କୋଟି ୫୦ ଲକ୍ଷ ୯୪ ହଜାର ୩୨୧ଲୋକ ପ୍ରଭାବିତ ହୋଇଥିବା ବେଳେ ମୋଟ ୫ ଲକ୍ଷ ୮ ହଜାର ୪୬୭ ଘର ଭାଙ୍ଗି ଯାଇଥିବା ରିପୋର୍ଟରେ ଦର୍ଶାଯାଇଛି ।

ସେହିପରି ଫନୀରେ ସାରା ରାଜ୍ୟରେ ସମୁଦାୟ ୪୧ଜଣଙ୍କ ମୃତ୍ୟୁ ଘଟିଛି । ପୁରୀ ଜିଲାରେ ୧ ଲକ୍ଷ ୮୯ହଜାର ୯୫ଟି କଚ୍ଚା ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଖୋର୍ଦ୍ଧା ଓ ଭୁବନେଶ୍ୱର ସହରାଞ୍ଚଳରେ ଅଧିକରୁ ଅଧିକ ଗଛ ଉପୁଡ଼ିଛି । ଏଥିସହ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଆହତ ହୋଇଛନ୍ତି । ଯାଜପୁର ଜିଲାରେ ୭୪ଜଣ ଆହତ ହୋଇଥିବା ସୂଚନା ମିଳିଛି । ସେହିଭଳି ବିଶେଷ ଭାବେ ପ୍ରଭାବିତ ୫ଜିଲାରେ ୩୨୯୦ଟି ଉଠା ଜଳସେଚନ ପ୍ରକଳ୍ପ କ୍ଷତିଗ୍ରସ୍ତ ହୋଇଛି । ୯୬୯୩ କିଲୋମିଟର ଆରଡି ରୋଡ ବିପର୍ଯ୍ୟସ୍ତ ହେବା ସହ ୪୬୧୦ଟି ପକ୍କା ଘର କ୍ଷତିଗ୍ରସ୍ତ ହୋଇଛି ।

Leave a comment