ଫେରିଲା ବାତ୍ୟା ଛାରଖାର କଲା ଭୁବନେଶ୍ୱର, କଟକ ଓ ପୁରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ଦେଇ ଚାଲି ଯାଇଥିବା ବାତ୍ୟା ପୁଣିଥରେ ଫେରିଲା । ରଚିଲା ତାଣ୍ଡବ ।
ଭୁବନେଶ୍ୱର, କଟକ ଓ ପୁରୀ ର ବିଭିନ୍ନ ସ୍ଥାନରେ ବଡ଼ବଡ଼ ବୃକ୍ଷ ଉପୁଡିଯିବା ସହ ଅନେକ ଘର ଓ ଗାଡି ଉପରେ ମଧ୍ୟ ଗଛ ପଡିଥିବା ସୂଚନା ମିଳିଛି ।
ସେହିପରି ବାତ୍ୟାର ସୁ ସୁ ଶବ୍ଦ ସମସ୍ତଙ୍କ ମନରେ ଛନକା ପସାଉଛି । ବସ୍ତିର ଘର ଗୁଡିକ ଭାଙ୍ଗି ଚୁର୍ମାର ହେଇଯିବା ସହ ଜିନିଷ ପତ୍ର ନଷ୍ଟ ହୋଇଯାଇଛି ।
ସରକାରଙ୍କ ତରଫରୁ ବସ୍ତି ବାସିନ୍ଦା ଓ ତଳିଆ ଅଞ୍ଚଳର ଲୋକଙ୍କୁ ଆଶ୍ରୟସ୍ଥଳୀରେ ଥଇଥାନ କରାଯିବା ସହ ରାନ୍ଧଖାଦ୍ୟ ଦିଆଯାଉଛି ।
କଟକ ଉଚ୍ଚ ନ୍ୟାୟାଳୟର ଜାତୀୟ ପତାକା ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି ।