ବାତ୍ୟା ଫୋନିକୁ ପୂରିଲା ବର୍ଷେ, ତଥାପି ଭରିନି କ୍ଷତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବାତ୍ୟା ଫୋନିକୁ ପୂରିଲା ବର୍ଷେ। ୨୦୧୯ ଆଜିର ଦିନରେ ଓଡିଶା ରେ ତାଣ୍ଡବ ରଚିଥିଲା ଫୋନି। ଏହି ଘଟଣା ବର୍ଷେ ପୁରୁଥିଲେ ମଧ୍ୟ ମନରୁ ଭୟ ଯାଉନି କି ଦୁର୍ଦ୍ଦଶା ଘେରରୁ ମୁକୁଳି ନାହାଁନ୍ତି ଲୋକେ । ବାତ୍ୟା ଫୋନିରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା ପୁରୀ ଓ ଖୋର୍ଦ୍ଧା ଜିଲ୍ଲା । ବାତ୍ୟା ଫୋନିରେ ଅନେକ ଲୋକ ପ୍ରାଣ ହରାଇଥିଲେ ,ଅନେକ ଗଛ ଉପୁଡ଼ିଥିଲା । କିଛି ଗାଁକୁ ଛାରଖାର କରିଥିଲା ଫୋନି ।
ପ୍ରବଳବର୍ଷା ଓ ପବନରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା । ଧିରେ ମଧିରେ ଅଣ୍ଟା ସଳଖିବାକୁ ଚେଷ୍ଟା କରାଯାଉଛି। ତଥାପି ଏବେବି ଦୁର୍ଦ୍ଦଶା ଘେରରୁ ମୁକୁଳି ନାହାଁନ୍ତି ଲୋକେ କିଛି ଗାଁର ଲୋକେ। ବାଲୁଖଣ୍ଡ ଅଭୟାରଣ୍ୟ ମଧ୍ୟ ଧୀରେ ଧୀରେ ଅଣ୍ଟା ସଳଖିବାକୁ ଚେଷ୍ଟା କରୁଛି ।