ଭୟଙ୍କର ହେଉଛି ବାତ୍ୟା ବୁଲବୁଲ, ୪ଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାତ୍ୟା ବୁଲବୁଲ ହେଉଛି ଭୟଙ୍କର ରୂପ ଧାରଣ କରିବାରେ ଲାଗିଛି । ବୁଲବୁଲ ପ୍ରଭାବରେ ପାରାଦୀପରେ ବର୍ଷା ଆରମ୍ଭ ହୋଇଗଲାଣି । ଏହା ପଶ୍ଚିମବଙ୍ଗ ମୁହାଁ ହୋଇଥିବା ବେଳେ ଗତ ୬ଘଣ୍ଟା ହେଲା ଏହା ଉତ୍ତର ପଶ୍ଚିମ ଦିଗକୁ ଘଣ୍ଟାପ୍ରତି ୬ କିଲୋମିଟର ବେଗରେ ଗତି କରୁଛି ।
ସୂଚନା ଅନୁଯାୟୀ, ବର୍ତ୍ତମାନ ବାତ୍ୟା ବୁଲବୁଲ ପାରାଦୀପର ଦକ୍ଷିଣ ଏବଂ ଦକ୍ଷିଣ ପୂର୍ବରେ ୪୫୦ କିଲୋମିଟର ଦୂରରେ ରହିଛି ଏବଂ ପଶ୍ଚିମବଙ୍ଗର ସାଗର ଆଇସଲାଣ୍ଡର ଦକ୍ଷିଣରେ ୫୮୦ କିମି ଓ ବାଲାଂଦେଶର ଖେପୁପରାଠାରୁ ଦକ୍ଷିଣପଶ୍ଚିମକୁ ୬୭୦ କିମି ଦୂରରେ ରହିଛି । ୯ ତାରିଖ ସକାଳ ପର୍ଯ୍ୟନ୍ତ ବାତ୍ୟା ଅଧିକ ସକ୍ରିୟ ହେବ । ବାତ୍ୟା ପ୍ରଭାବରେ ଶୁକ୍ରବାରଠାରୁ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବର୍ଷା ହେବ । ବର୍ଷା ପାଇଁ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଏହିସବୁ ଜିଲ୍ଲାର ସମସ୍ତ ସ୍କୁଲ ଓ କଲେଜ ୮ ଓ ୯ ତାରିଖ ଦୁଇଦିନ ପାଇଁ ଛୁଟି ଘୋଷଣା କରାଯାଇଛି ।