ବାତ୍ୟା ବୁଲବୁଲ ପ୍ରଭାବରେ ୮୦ ରୁ ୯୦ କିମି ବେଗରେ ବହିବ ପବନ । ୮ତାରିଖରୁ ପ୍ରବଳ ବର୍ଷିବ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାତ୍ୟା ବୁଲବୁଲ ଓଡ଼ିଶାରେ ଲାଣ୍ଡଫଲ କରୁନଥିଲେ ମଧ୍ୟ ଏହାର ପ୍ରଭାବ ଓଡ଼ିଶାରେ ପରିଲକ୍ଷିତ ହେବ । ବାତ୍ୟା ବୁଲବୁଲ ପଶ୍ଚିମବଙ୍ଗ ଯିବା ସମୟରେ ଉପକୂଳ ଓଡିଶାରେ ୮୦ ରୁ ୯୦ କିଲୋମିଟର ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି ।

ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ବାତ୍ୟା ବୁଲବୁଲ ପ୍ରଭାବରେ ଆସନ୍ତା ୮ତାରିଖ ଠାରୁ ବର୍ଷା ଆରମ୍ଭ ହେବ । ୭ଟି ଜିଲ୍ଲାରେ ଅଧିକ ମାତ୍ରାରେ ବର୍ଷା ହେବାର ଚେତାବନୀ ଦିଆଯାଇଛି । ସେହି ଜିଲ୍ଲା ଗୁଡିକ ହେଲା ଜଗତସିଂହପୁର, କଟକ, ପୁରୀ, କେନ୍ଦ୍ରାପଡା, ବାଲେଶ୍ୱର, ଯାଜପୁର, ମୟୁରଭଞ୍ଜ । ଏହି ଜିଲ୍ଲା ଗୁଡିକରେ ୮, ୯ ଓ ୧୦ ତାରିଖରେ ଅଧିକ ବର୍ଷା ହେବ । ବାତ୍ୟାର ବେଗ ବଢ଼ୁଥିବାରୁ କଚାଘର ଓ ବିଦ୍ୟୁତ ଖୁଣ୍ଟି ଉପରେ ବିଶେଷ ନଜର ରଖାଯାଇଛି ।

ସେହିପରି ଏନଡିଆରଏଫ ଓ ଓଡ୍ରାଫ ଟିମକୁ ଏହିସବୁ ଜିଲ୍ଲା ପାଇଁ ସଜାଗ ରଖା ଯାଇଛି ।ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଭିଡିଓ କନଫରେନ୍ସି ମାଧ୍ୟମରେ ବାତ୍ୟା ବୁଲବୁଲ ମୁକାବିଲା ନେଇ ସମୀକ୍ଷା କରାଯାଉଛି । ଓଡିଶା, ପଶ୍ଚିମବଙ୍ଗ ଓ ଆଣ୍ଡାମାନ ନିକୋବରର ଅଧିକାରୀଙ୍କ ସହ ଆଲୋଚନା ଚାଲଛି । ବୈଠକରେ ଗୃହ ସଚିବ ସଂଜୀବ ଚୋପ୍ରା, ଏସଆରସି ବିକେ ଜେନା ଓ ପାଣିପାଗ ନିର୍ଦ୍ଦେଶକ ଏଚଆର ବିଶ୍ୱାସ ଉପସ୍ଥିତ ଥିଲେ ।

Leave a comment

You cannot copy content of this page