ରାତି ସାଢେ ୮ଟାରୁ ୧୦ଟା ମଧ୍ୟରେ ସ୍ଥଳଭାଗ ଛୁଇଁବ ଅମ୍ଫାନ୍

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ରାତି ୮.୩୦ ପରେ ଲ୍ୟାଣ୍ଡଫଲ୍ କରି ଅତି ଭୀଷଣ ସାମୁଦ୍ରିକ ବାତ୍ୟା ଅମ୍ଫାନ୍। ରାତି ୮.୩୦ରୁ ୧୦ଟା ମଧ୍ୟରେ ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହାତିଆ ଦୀପ ମଧ୍ୟରେ ସୁନ୍ଦରବନ ନିକଟରେ ଲ୍ୟାଣ୍ଡଫଲ କରିବ ଅମ୍ଫାନ୍। ଆଗାମୀ ଦୁଇଘଣ୍ଟା ଭିତରେ ପରାଦୀପ ଅତିକ୍ରମ କରିବ ବାତ୍ୟା। ଭାରତୀୟ ପାଣିପାଗ ବିଭାଗ ମଧ୍ୟ ଏହି ସୂଚନା ଦେଇଛି। ଅପରାହ୍ନ ୪ଟାରୁ ସାଢ଼େ ୪ଟା ବେଳେ ବାଲେଶ୍ବର ଜିଲ୍ଲାର ଭୋଗରାଇ ଅତିକ୍ରମ କରିବ ବାତ୍ୟା। ଏନେଇ ସୂଚନା ଦେଇଛନ୍ତି ଏସଆରସି।

ପାରାଦୀପ ଅଞ୍ଚଳରେ ପ୍ରବଳବର୍ଷା ଓ ପବନ ଜାରିରହିଛି। ପାରାଦୀପରେ ପବନର ବେଗ ୯୪ କିମି କରିଛି। ସେପଟେ ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରୟ ୧ ଲକ୍ଷ ୩୭ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଜଗତସିହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି।

Leave a comment