ଗୋଆରେ ତାଣ୍ଡବ ପରେ ଗୁଜୁରାଟ ମୁହାଁ “ତଉକତେ”: ଏଯାଏଁ ଗଲାଣି ୮ ଜୀବନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେରଳ, କର୍ଣ୍ଣାଟକ ଏବଂ ଗୋଆରେ ତାଣ୍ଡବ ପରେ ଏବେ ବାତ୍ୟା ଗୁଜୁରାଟ ଆଡକୁ ଗତି କରୁଛି । ବର୍ତ୍ତମାନ ସୁଦ୍ଧା ବାତ୍ୟା ପ୍ରଭାବିତ ଅଞ୍ଚଳରେ ପ୍ରାୟ ୮ଜଣଙ୍କ ମୃତ୍ୟୁ ହେବା ସହ ଅନେକ ସଂଖ୍ୟାରେ ଗଛ ଉପୁଡିପଡିଛି । ଆଜି ଓ ଆସନ୍ତାକାଲି ଗୁଜୁରାଟର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅନୁମାନ କରିଛି ପାଣିପାଗ କେନ୍ଦ୍ର । ବିପର୍ଯ୍ୟୟର ମୁକାବିଲା ପାଇଁ NDRF ର ୫୦ଟି ଟିମ୍ ନିୟୋଜିତ ହୋଇଛନ୍ତି । ଗୁଜୁରାଟର କଛରେ ବାତ୍ୟାର କରାଳ ରୂପ ନେଇ ଆଗୁଆ ସତର୍କ ରହିଛି ପ୍ରଶାସନ । ଉପକୂଳବର୍ତ୍ତୀ ଅଞ୍ଚଳର ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ମେ ୧୭ ଅର୍ଥା ଆଜି ସନ୍ଧ୍ୟା କିମ୍ବା ୧୮ କାଲି ସକାଳେ ଏହା ଉପକୂଳ ଦେଇ ଗତି କରିବ । ଆସନ୍ତା ୨୪ ଅତି ଗୁରୁତ୍ୱପୂର୍ଣ୍ଣ ଓ ଭୟଙ୍କର ବୋଲି ଚେତାଇ ଦେଇଛି ପାଣିପାଗ ବିଭାଗ ।

Leave a comment