ଆସୁଛି ବାତ୍ୟା ‘ଆସାନି’! ; ୨୪ ଘଣ୍ଟାରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଗାମୀ ୨୪ ଘଣ୍ଟା ମଧ୍ୟରେ ଭାରତ ମହାସାଗର ଓ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟିହେବ । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ସୂଚନା ମିଳିଛି। ଲଘୁଚାପ ହେବାପରେ ଏହା ବାତ୍ୟାର ରୂପ ନେଇପାରେ। ତେବେ ଆସନ୍ତା ମାର୍ଚ୍ଚ ୨୦ରେ ବ୍ୟାତ୍ୟା ନେଇ ଚିତ୍ର ସ୍ପଷ୍ଟହେବ । ଯଦି ଏହି ଲଘୁଚାପ ବାତ୍ୟା ରୂପନିଏ ତେବେ ଏହାର ନାମହେବ ‘ଆସାନି’। ଏହାର ନାମକରଣ ଶ୍ରୀଲଙ୍କା ରଖିଛି। ବାତ୍ୟା ରୂପ ନେବାପରେ ଏହା ଓଡ଼ିଶା ଉପକୂଳ ଦେଇ ବାଂଲାଦେଶ ଆଡକୁ ଗତିକରିବ। ଘଣ୍ଟାପ୍ରତି ୮୦ ରୁ ୯୦କିମି ବେଗରେ ପବନ ବହିବା ସମ୍ଭାବନା ରହିଛି । ଓଡ଼ିଶାରୁ ୨୦୦କିମି ଦୂର ଦେଇ ଗତିକରିବ ବାତ୍ୟା ‘ଆସାନି’ । ୨୩ରେ ଏହା ଲ୍ୟାଣ୍ଡଫଲ କରିପାରେ ବୋଲି ଅନୁମାନ କରାଯାଉଛି । ଏହାର ପ୍ରଭାବରେ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ହେବ ।

Leave a comment