IAS ଉଷା ପାଢ଼ୀଙ୍କ ନାଁରେ ସାଇବର ଠକେଇ

0

ପରିବହନ ବିଭାଗ ପ୍ରମୁଖ ସଚିବ IAS ଉଷା ପାଢ଼ୀଙ୍କ ନାଁ ନେଇ ସାଇବର ଠକେଇ ହୋଇଥିବା ଉଦ୍ୟମ । ଏନେଇ ‘ଏକ୍ସ’ରେ ଏକ ପୋଷ୍ଟ ମାଧ୍ୟମରେ ସେ ଡିଜିପିଙ୍କୁ ଜଣାଇଛନ୍ତି । ଉଷାଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲି ଟଙ୍କା ମାଗୁଛନ୍ତି ଠକ । ଏକ ଅଜଣା ହ୍ୱାଟ୍ସଆପରେ ତାଙ୍କ ଫଟୋ ବ୍ୟବହାର କରି ଠକେଇ ଉଦ୍ୟମ ହେଉଛି ।

କିଛି ଜଣାଶୁଣା ଲୋକଙ୍କୁ ତାଙ୍କ ନାଁ ନେଇ ଟଙ୍କା ମାଗୁଥିବା ଜଣାଇଛନ୍ତି । ଏ ସମ୍ପର୍କରେ IAS ଅଧିକାରୀ ସୋସିଆଲ ମିଡିଆ ଜରିଆରେ ଜନସାଧାରଣଙ୍କୁ ଅବଗତ କରାଇଛନ୍ତି । ସାଇବର ଠକ ପାଢ଼ୀଙ୍କ ନିକଟ ସମ୍ପର୍କୀୟ ଏବଂ ଚିହ୍ନାଜଣା ଲୋକଙ୍କୁ ହ୍ଵାଟ୍ସଆପରେ ବାର୍ତ୍ତା ପଠାଇ ୫୦ ହଜାର ଟଙ୍କା ମାଗୁଛନ୍ତି । ଏହାର ସ୍କ୍ରିନସଟକୁ ପାଢ଼ୀ ନିଜ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ଶେୟାର କରିବା ସହିତ ଏଭଳି ଠକଙ୍କ ଠାରୁ ଦୂରେଇ ରହିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ।

Leave a comment