କଟକ ଜଗତପୁରରେ ନକଲି ମୃଦୁ ପାନୀୟ ଫ୍ୟାକ୍ଟ୍ରିଠାବ

କଟକ (ଓଡ଼ିଶା ଫାଷ୍ଟ ବ୍ୟୁରୋ): କଟକ ଜଗତପୁରରେ ନକଲି ମୃଦୁ ପାନୀୟ ଫ୍ୟାକ୍ଟ୍ରି ଠାବ କରାଯାଇଛି । ସିଏମସି ସ୍ୱାସ୍ଥ୍ୟ ବିଭାଗ ଓ ଜଗତପୁର ପୋଲିସର ମିଳିତ ଭାବେ ରେଡ୍ କରିଥିଲେ । ନାମୀଦାମୀ କମ୍ପାନୀର ଲୋଗୋକୁ ଜାଲ୍ କରି ପ୍ୟାକିଂ ଚାଲିଥିଲା ।
ନିମ୍ନମାନର ପାଣି ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି । ତେବେ କୋଲ୍ଡ ଡ୍ରିଙ୍କସରେ ବ୍ୟବହାର ହେଉଥିବା ସାମ୍ପୁଲ କଲେକ୍ସନ କରାଯାଇ ଯାଞ୍ଚ ପାଇଁ ଲ୍ୟାବକୁ ପଠାଯିବ। ସେହିପରି ଫ୍ୟାକ୍ଟ୍ରିର କାଗଜପତ୍ର ଠିକ ନଥିବା ମଧ୍ୟ ଜଣାପଡିଛି ।