ମାସର ଦୁଇ ରବିବାର ଲାଗିବ କର୍ଫ୍ୟୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । ଫଳରେ ସ୍ଥିତିକୁ ଦୃଷ୍ଟିରେ ରଖି କେରଳ ସରକାର ରାଜ୍ୟରେ ନୂତନ କୋଭିଡ୍ କଟକଣା ଲାଗୁ କରିଛନ୍ତି । ମାସର ଶେଷ ଦୁଇ ରବିବାର ଅର୍ଥାତ ଜାନୁଆରୀ ୨୩ ଏବଂ ୩୦ରେ କର୍ଫ୍ୟୁ ଘୋଷଣା କରିଛନ୍ତି କେରଳ ସରକାର । ଏହି ଦୁଇ ରବିବାର କେବଳ ଜରୁରୀକାଳୀନ ସେବାକୁ ଅନୁମତି ଦିଆଯାଇଛି । ଗୁରୁବାର ରାଜ୍ୟରେ ୪୬,୩୮୭ ନୂତନ କେସ୍ ଚିହ୍ନଟ ହୋଇଛନ୍ତି, ଯାହା ୨୦୨୦ ମହାମାରୀ ଆରମ୍ଭ ପରଠୁ ଗୋଟିଏ ଦିନରେ ରେକର୍ଡ କେସ୍ ।

ରାଜ୍ୟ ସରକାରଙ୍କ ସ୍ଵାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ, ୨୦୨୧ ମେ ୧୨ରେ ଗୋଟିଏ ଦିନରେ ୪୩,୫୨୯ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧,୧୫,୩୫୭ ନମୂନା ପରୀକ୍ଷଣ କରାଯାଇଛି । ବର୍ତ୍ତମାନ ସୁଦ୍ଧା କେରଳରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧,୯୯,୦୪୧ ରହିଛି । ଗୁରୁବାର କରୋନା ମହାମାରୀରେ ୩୪୧ ଜଣଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୧,୫୦୧ରେ ପହଞ୍ଚିଛି ।

ନୂତନ କଟକଣା

କାଟାଗୋରୀ ବିରେ ଥିବା ଅଞ୍ଚଳରେ ସାର୍ବଜନୀନ କାର୍ଯ୍ୟକ୍ରମ ଉପରେ ରୋକ୍ ଲଗାଯାଇଛି । ଅନଲାଇନରେ ହେବ ଧାର୍ମିକ କାର୍ଯ୍ୟ। ବିବାହ ଏବଂ ଶୁଦ୍ଧିକ୍ରିୟାରେ କେବଳ ୨୦ ଜଣ ସାମିଲ୍ ହୋଇ ପାରିବେ ।

– କରୋନା ପ୍ରଭାବିତ ଜିଲ୍ଲାଗୁଡିକୁ ସ୍ଥିତିର ମୁକାବିଲା ପାଇଁ ୨୨ କୋଟି ଆବଣ୍ଟନ କରାଯାଇଛି ।

– ୨୦୨୨ ଜାନୁଆରୀ ୨୩ ଏବରଂ ୩୦ ତାରିଖରେ କର୍ଫ୍ୟୁ ଲାଗୁ ହେବ। ଏହି ସମୟରେ କେବଳ ଜରୁରୀକାଳୀନ ସେବାକୁ ଅନୁମତି ଦିଆଯିବ ।

– ସରକାରଙ୍କ ନୂତନ ମାର୍ଗଦର୍ଶିକା ଅନୁଯାୟୀ, ଯେଉଁ ସରକାରୀ ମହିଳା କର୍ମଚାରୀଙ୍କ ୨ ବର୍ଷ ବୟସରୁ କମ୍ ଛୁଆ ଅଛନ୍ତି ଏବଂ ଘରେ କ୍ୟାନସର ରୋଗୀ ଅଛନ୍ତି, ସେମାନଙ୍କୁ ଓ୍ଵାର୍କ ଫ୍ରମ ହୋମ କରିବାକୁ କୁହାଯାଇଛି ।

– ରାଜ୍ୟରେ ସ୍ନାତକତ୍ତୋର ପାଠ୍ୟକ୍ରମ ଏବଂ ଯୁକ୍ତ ୨ ପ୍ରଥମ ଏବଂ ଦ୍ଵିତୀୟ ବର୍ଷକୁ ବାଦ୍ ଦେଲେ ବାକି ଶ୍ରେଣୀର ପାପଠପଢା ଅନଲାଇନରେ ହେବ । ଆବାସୀୟ ବିଦ୍ୟାଳୟ ବା ରେସିଡେଣ୍ଡିଆଲ ସ୍କୁଲରେ ଛାତ୍ର-ଛାତ୍ରୀଙ୍କୁ ନେଇ ପାଠପଢା ହୋଇ ପାରିବ, ଯଦି ସ୍କୁଲ କର୍ତ୍ତୃପକ୍ଷ ଜୈବ ନିରାପତ୍ତା ବଳୟ ସୃଷ୍ଟି କରି ପାରିବେ ।

– କାଟାଗୋରୀ ଏରେ ଥିବା ଜିଲ୍ଲାଗୁଡିକର ସାର୍ବଜନୀନ ସ୍ଥାନ ଯଥା ମଲ୍, ସମୁଦ୍ରକୂଳ, ପର୍ଯ୍ୟଟନସ୍ଥଳରେ ଲୋକଙ୍କୁ ଅନୁମତି ଦିଆଯିବ ନାହିଁ । ୫୦ ଜଣଙ୍କୁ ନେଇ ବିବାହ, ଶୁଦ୍ଧିକ୍ରିୟା ଏବଂ ଅନ୍ୟ ସାର୍ବଜନୀନ କାର୍ଯ୍ୟ କରାଯିବ ।

Leave a comment