ମହଙ୍ଗାପଡିଲା ଅସଦାଚରଣ, ଉଠବସ୍ ହେଲେ କଣ୍ଡକ୍ଟର, ଭିଡିଓ ଭାଇରାଲ

ଓଡିଶା ଫାଷ୍ଟ( ବ୍ୟୁରୋ) : ଚଳନ୍ତା ବସ୍ ରେ ଜଣେ ମହିଳାଙ୍କୁ ଅସଦାରଣ କରିବା କଣ୍ଡକ୍ଟରକୁ ମହଙ୍ଗା ପଡିଛି। ଉତ୍ତମମଧ୍ୟମ ଖାଇବା ପରେ ସର୍ବସମ୍ମୁଖରେ ଉଠ୍ବସ୍ ହେଲେ କଣ୍ଡକ୍ଟର। ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣା ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବସ୍ଷ୍ଟାଣ୍ଡରେ ଘଟିଛି। ଅନୁଗୋଳରୁ ଆଠମଲ୍ଲିକ ଯାଉଥିବା ଶ୍ରୀରାମ ନାମକ ଏକ ଘରୋଇ ବସ୍ରେ ଗତକାଲି ଜଣେ ମହିଳା ତାଙ୍କ ପରିବାର ଲୋକଙ୍କ ସହ ଯାଉଥିଲେ। ସେମାନେ ଆଠମଲ୍ଲିକ ଯାଉଥିଲେ। ହେଲେ କଣ୍ଡକ୍ଟର ଚଳନ୍ତା ବସ୍ରେ ତାଙ୍କୁ ଅସଦାରଣ କରିଥିଲେ। ବସ୍ଟି ଆଠମଲ୍ଲିକ୍ ବସ୍ ଷ୍ଟାଣ୍ଡରେ ପହଞ୍ଚିବା ପରେ ସମ୍ପୃକ୍ତ ମହିଳା ସର୍ବସମ୍ମୁଖରେ କଣ୍ଡକ୍ଟରକୁ ତାଙ୍କ ଆଚରଣ ପାଇଁ କ୍ଷମା ମାଗିବାକୁ କହିଥିଲେ। ଏହା ସହ ସେ କଣ୍ଡକ୍ଟରକୁ ବସ୍ଉଠ୍ କରାଇଥିଲେ।