ସିଏସ୍କେର ନୂଆ ଜର୍ସି ଉନ୍ମୋଚିତ

0

ମୁମ୍ବାଇ: ଆଇପିଏଲ୍ର ପଞ୍ଚଦଶ ସଂସ୍କରଣ ଆରମ୍ଭ ହେବାକୁ ଆଉ ମାତ୍ର ଦୁଇଦିନ ଥିବାବେଳେ ବୁଧବାର ଡିଫେଣ୍ଡିଂ ଚାମ୍ପିଅନ୍ ଚେନ୍ନାଇ ସୁପର୍ କିଙ୍ଗ୍ସ (ସିଏସ୍କେ) ଆଗାମୀ ଟୁର୍ଣ୍ଣାମେଣ୍ଟ୍ ପାଇଁ ନିଜର ନୂଆ ଜର୍ସି ଉନ୍ମୋଚନ କରିଛି । ସିଏସ୍କେର ନୂଆ ଜର୍ସି ପୂର୍ବପରି ହଳଦିଆ ରଙ୍ଗର ହୋଇଥିବା ବେଳେ ଡିଜାଇନ୍ରେ କେତେକ ପରିବର୍ତ୍ତନ କରାଯାଇଛି । କ୍ୟାପ୍ଟେନ୍ ଏମ୍ଏସ୍ ଧୋନି ଏକ ଭିଡିଓରେ ଏହାର ନୂଆ ରୂପ ପ୍ରଦର୍ଶନ କରିଛନ୍ତି ।
ଜର୍ସିର କାନ୍ଧରେ କାମୋଫ୍ଲାଜ୍ ଡିଜାଇନ୍ କରାଯାଇଥିବା ବେଳେ ଟିମ୍ର ଲୋଗୋ ସହ ଚାରିଟି ଷ୍ଟାର୍ ରହିଛି । ଗତବର୍ଷ ଭାରତୀୟ ସେନା ପ୍ରତି ସମ୍ମାନ ସ୍ୱରୂପ ସିଏସ୍କେ ଜର୍ସିରେ ଏହି ଡିଜାଇନ୍ କରିଥିଲା । ଚାରିଟି ଷ୍ଟାର୍ର ଅର୍ଥ ଆଇପିଏଲ୍ର ଚାରିଟି ଟାଇଟଲ୍ (୨୦୧୦, ୨୦୧୧, ୨୦୧୮ ଓ ୨୦୨୧)କୁ ବୁଝାଉଛି । ସାର୍ଟର ବାମପଟେ ସିଏସ୍କେର ବାଘ ଲୋଗୋ ରହିଛି । ନୂଆ ଜର୍ସିରେ ସିଏସ୍କେର ମୁଖ୍ୟ ପ୍ରାୟୋଜକ ଟିଭିଏସ୍ ୟୁରୋଗ୍ରୀପ୍ର ଲୋଗୋ ମଧ୍ୟ ରହିଛି । ସିଏସ୍କେ ଆଗାମୀ ସଂସ୍କରଣର ପ୍ରଥମ ମ୍ୟାଚ୍ କୋଲ୍କାତା ନାଇଟ୍ ରାଇଡର୍ସ ବିପକ୍ଷରେ ମାର୍ଚ୍ଚ ୨୬ ତାରିଖରେ ଖେଳିବ । ଏହି ମ୍ୟାଚ୍ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମ୍ରେ ଖେଳାଯିବ ।

Leave a comment