ନିଜକୁ ନିଜେ ଗୁଳିକରି ଆତ୍ମହତ୍ୟା କଲେ CRPF ଯବାନ

0

୧୭ ଘଣ୍ଟା ଧରି ନିଜକୁ, ଝିଅ ଓ ପତ୍ନୀଙ୍କ ସହ ରୁମରେ ବନ୍ଦ ରଖିବା ପରେ ଗୁଳି କରି ଆତ୍ମହତ୍ୟା କରିଛନ୍ତି CRPF ଯବାନ । ଗତକାଲି ରାଜସ୍ଥାନ ଯୋଧପୁର ସହରରେ ଅବସ୍ଥିତ CRPF ର ତାଲିମ କେନ୍ଦ୍ରରେ ଜଣେ ଯବାନ ଏପରି ଜଘନ୍ୟକାଣ୍ଡ ଭିଆଇଥିବା ସୂଚନା ମିଳିଛି । ନିଜକୁ ପରିବାର ସହିତ ବନ୍ଧକ ରଖିବା ପରେ ଯବାନ ଜଣକ ନିଜ ଉପରକୁ ଆଠ ରାଉଣ୍ଡ ଗୁଳି ଚଳାଇଥିଲେ । ଏହାପରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଯବାନ ଜଣଙ୍କ ଏପରି କାହିଁକି କଲେ ସେନେଇ ସ୍ପଷ୍ଟ ହୋଇନଥିବା ବେଳେ କୌଣସି କାରଣରୁ ସେ ମାନସିକ ଅବସାଦରେ ଥିବା କୁହାଯାଉଛି ।

ସୂଚନା ଅନୁସାରେ, ମୃତ CRPF ଯବାନଙ୍କ ନାମ ନରେଶ ଜାଟ ବୋଲି ଜଣାପଡିଛି । ନରେଶଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ନରେଶଙ୍କ ପତ୍ନୀ ଏବଂ ଝିଅ ସୁରକ୍ଷିତ ଥିବା CRPF କହିଛି । ଘଟଣାର ତଦନ୍ତ ଜାରି ରହିଛି । ତଦନ୍ତ ପରେ ଏପରି ଅଭବାନୀୟ କାରଣ ସମ୍ପର୍କରେ ଚିତ୍ର ସ୍ପଷ୍ଟ ହେବା ନେଇ ଆଶା କରାଯାଉଛି । ନିଜ କର୍ମକ୍ଷେତ୍ରରେ କୌଣସି କାରଣ ପାଇଁ ଯବାନ ଜଣଙ୍କ ମାନସିକ ଅବସାଦରେ ଥିଲେ । ତେଣୁ ମାନସିକ ଭାରସାମ୍ୟ ହରାଇ ଏପରି କାଣ୍ଡ ଭିଆଇଥିବା ସନ୍ଦେହ କରାଯାଉଛି ।

Leave a comment