ବ୍ୟବସାୟୀଙ୍କୁ ଗୁଳି କଲେ ଦୁର୍ବୃତ୍ତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ରାତି ରେ ବରଗଡ଼ ଜିଲ୍ଲା ସୋହେଲାରେ ଗୁଳିକାଣ୍ଡ ହୋଇଛି ।
ସୋହେଲା ଡେଲି ମାର୍କେଟରେ ସତ୍ୟନାରାୟଣ ଦାଶ ନାମକ ଜଣେ ବ୍ୟବସାୟୀ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ଗତକାଲି ରାତି ୯ ଟା ବେଳେ ସୋହେଲା ଡେଲି ମାର୍କେଟ କୁ ୩ଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ସତ୍ୟନାରାୟଣ ଦାଶ ନାମକ ଜଣେ ବ୍ୟବସାୟୀ ଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ସତ୍ୟନାରାୟଣ ଙ୍କ ପେଟ ଓ ଗୋଡ଼ରେ ଗୁଳି ବାଜିବାରୁ ସେ ଗୁରୁତର ଆହତ ହୋଇଛନ୍ତି । ସତ୍ୟନାରାୟଣ ଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବୁର୍ଲା ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଡେଲି ମାର୍କେଟରେ ହୋଇଥିବା ଗୁଳିକାଣ୍ଡକୁ ନେଇ ସୋହେଲାରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

Leave a comment