ହାଡ଼ିଆକୁ ଗୋଡ଼ାଇ ଗୋଡ଼ାଇ ହାଣିଦେଲେ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଗତକାଲି ରାତିରେ ଦୁର୍ବୁତ୍ତଙ୍କ ଆକ୍ରମଣରେ ଦୁର୍ଦ୍ଦାନ୍ତ ଅପରାଧୀ ହାଡିଆ ଓରଫ ପ୍ରକାଶ ବେହେରାର ମୃତ୍ୟୁ ହୋଇଛି। ହାଡିଆର ଜଣେ ସହଯୋଗୀ ମଧ୍ୟ ଗୁରୁତର ହୋଇଛି । କୃଷକ ବଜାର ନିକଟରେ ହାଡିଆ ଉପରେ ସଙ୍ଗବଦ୍ଧ ଭାବେ ଆକ୍ରମଣ ହୋଇଥିଲା। ଗୁରୁତର ଅବସ୍ଥାରେ ହାଡିଆକୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତରତାଙ୍କୁ ମୃତ ଘୋଷଣା କରିଥିଲେ। ହାଡ଼ିଆ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି। କିଛି ଦିନତଳେ ଏକ ବୋମାମାଡ଼ ଘଟଣାରେ ଜେଲ ଯାଇ ଫେରିଥିଲା। ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି।

Leave a comment