ରାଜଧାନୀରେ ମଦ ପିଇବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମଦ ପିଇବାକୁ ନେଇ ବରମୁଣ୍ଡା ପଡ଼ିଆରେ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍‌ ହୋଇଛନ୍ତି । ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ମଦ ପିଇ ଆକ୍ରମଣ କରିଥିବା ଦୁଇ ଯୁବକ ଫେରାର ଥିବା ପୁଲିସ୍‌ କହିଛି । ବୁଧବାର ସନ୍ଧ୍ୟାରେ ବରମୁଣ୍ଡା ପଡିଆରେ ପ୍ରଧାନ ସାହିର କିଛି ଯୁବକ ମଦ୍ୟପାନ କରୁଥିଲେ । ଏହି ସମୟରେ ହରିଜନ ସାହିର ଜଣେ ଯୁବକ ଏଠାରେ କ’ଣ ପାଇଁ ମଦ ପିଉଛ ବୋଲି ଗାଳି କରିଥିଲେ । ଏହି କଥା ଶୁଣି ମଦ ପିଉଥିବା ଯୁବକମାନେ ରାଗି ଯାଇ ମଦ ବୋତଲରେ ଯୁବକଙ୍କ ମୁଣ୍ଡକୁ ପିଟି ଦେଇଥିଲେ । ପାଟି ଶୁଣି ହରିଜନସାହିର ଲୋକେ ଆସି ମଦ ପିଉଥିବା ଯୁବକଙ୍କୁ ମାଡ କରିଥିଲେ। ଦୁଇ ସାହିର ଲୋକମାନେ ଏକାଠି ହୋଇ ମାରପିଟ ଲାଗିଥିଲେ । ରାଜପଥ ଅବରୋଧ କରିଥିଲେ । ଏନେଇ ଦୁଇ ପକ୍ଷ ଥାନାରେ ଅଭିଯୋଗ କରିଥିଲେ ।

Leave a comment