ଗୋଲ୍ଡେନ ବାବାଙ୍କ ସିକ୍ରେଟ ଚାମ୍ବର ରହସ୍ୟ ଖୋଲିବ କ୍ରାଇମବ୍ରାଞ୍ଚ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଖୁବଶୀଘ୍ର କ୍ରାଇମବ୍ରାଞ୍ଚ ଗୋଲ୍ଡେନ ବାବାଙ୍କୁ ନେବ ରିମାଣ୍ଡରେ । ଖୋଲିବ ଗୋଲ୍ଡେନ ବାବା ଓରଫ ଜ୍ୟାୋତି ରଂଜନ ବେଉରାଙ୍କ ସୁନା ଓ ରାଜନେତା ଲିଙ୍କର ଗୁମର । ସୁନା ବ୍ୟବସାୟୀ ରୁ ରାଜନେତା ହେବାର ସ୍ବପ ପର୍ଯ୍ୟନ୍ତ ସବୁକିଛିର କରିବ ଖୋଳତାଡ଼ । ବର୍ତ୍ତମାନ କମିଶନରେଟ ପୋଲିସର ରିମାଣ୍ଡରେ ଥିବା ଗୋଲ୍ଡେନ ବାବାଙ୍କ ଗୋଲ୍ଡେନ ଲାଇଫଷ୍ଟାଇଲ, ତାଙ୍କ ଗିରଫଦାରୀ ପରେ ହଠାତ ଗାୟବ ହୋଇଯାଇଥିବା ସୁନା ଯାହାକି ଘର ଭିତରେ ଥିବା ସୁଡଙ୍ଗ ରାସ୍ତା ଦେଇ କିଛି ସହଯୋଗୀ ସେ ସ୍ଥାନରୁ ବାହାର କରିନେଇଥିବା ଅନୁମାନ କରୁଛି କ୍ରାଇମବ୍ରାଞ୍ଚ ଓ ରାଜପ୍ରାସାଦ ପରି ଘର ଯାହାକୁ ଦେଖି ପୋଲିସର ହୋସ ଉଡିଯାଇଥିଲା ଅ ସବୁର ଖୋଳତାଡ଼ କରିବ କ୍ରାଇମବ୍ରାଞ୍ଚ । କାହିଁକି ନା ଗୋଲ୍ଡେନ ବାବାର ଘର ଅଟୋମେଟିକ ଘର । ଯେଉଁଠି କୋଟି କୋଟି ଟଙ୍କାର ଇଣ୍ଟର ଡିଜାଇନ ସାମଗ୍ରୀ ସହ ସବୁ ଆଡେ ଲାଗିଛି ସିସିଟିଭି । ଘରେ ବସି ବାହାରେ କିଏ ଆସୁଛି ଉପରେ ନଜର ରଖୁଥିଲେ ଗୋଲ୍ଡେନ ବାବା । ଗୋଲ୍ଡେନ ବାବାକୁ ଆଣି କେଉଁ କେଉଁ ଦିଗ ଉପରେ ଖୋଳତାଡ ହେବ ତାହାକୁ ନେଇ ବ୍ଲୁ ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ କରିସାରିଛି କ୍ରାଇମବ୍ରାଞ୍ଚ । ଗୋଲ୍ଡେନ ବାବା ଠାରୁ ରାଜନେତା ମନେ ନେଇଥିବା କୋଟି କୋଟି ଟଙ୍କା ସହ ପଲିଟିକାଲ ଲିଙ୍କ ଖୋଜି ବାହାର କରିବ କ୍ରାଇମବ୍ରାଞ୍ଚ । ଅନେକ ରାଜନେତାଙ୍କ ସହ ଗୋଲ୍ଡେନ ବାବାଙ୍କର ଲିଙ୍କ ଥିବା ପ୍ରମାଣିତ ହୋଇସାରିଛି । ଚନ୍ଦ୍ରଶେଖରପୁର ଥାନା ପୋଲିସ ମାମଲାର ସମସ୍ତ ଦସ୍ତାବିଜ ଦେବା ପରେ ଗୋଲ୍ଡେନ ବାବାକୁ ରିମାଣ୍ଡରେ ଆଣିବା ପାଇଁ ପ୍ରକ୍ରିୟାକରଣ ଆରମ୍ଭ ହୋଇଛି । ଏବେ ଦେଖିବାକୁ ବକିରହିଲା ଗୋଲ୍ଡେନ ବାବା ଗୁମର ଖୋଲିବାରେ କେତେ ସଫଳ ହେଉଛି କ୍ରାଇମବ୍ରାଞ୍ଚ ।

Leave a comment

You cannot copy content of this page