ବିଜେପି ନେତାଙ୍କ ହତ୍ୟାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ଇନଚାର୍ଜ ଡ଼ିଜିପି

0

ଓଡିଶା ଫାଷ୍ଟ(ବ୍ୟୁରୋ): ଇନଚାର୍ଜ ଡ଼ିଜିପି ବି.କେ ଶର୍ମା ଖୋର୍ଦ୍ଧାର ବିଜେପି ନେତା ମଙ୍ଗୁଳି ଜେନାଙ୍କ ହତ୍ୟାର ତଦନ୍ତ ଦାୟିତ୍ବ କ୍ରାଇବ୍ରାଞ୍ଚକୁ ଦିଆଯାଇଥିବା ସୂଚନା ଦେଇଛନ୍ତି । କ୍ରାଇବ୍ରାଞ୍ଚର ଏକ ଟିମ ଖୋର୍ଦ୍ଧା ରେ ପହଞ୍ଚି ଥିବା ବେଳେ କ୍ରାଇବ୍ରାଞ୍ଚ ଡିଏସପି ପ୍ରମୋଦ ରଥ ଏହି ହତ୍ୟା ଘଟଣାର ତଦନ୍ତ କରିବେ ।

ସୂଚନା ଅନୁଯାୟୀ, ଗତ ୧୪ ତାରିଖ ରାତି ପ୍ରାୟ ୧୧ଟା ବେଳେ ଖୋର୍ଦ୍ଧାର ବିଜେପି ମଣ୍ଡଳ ସଭାପତି ମଙ୍ଗୁଳି ଜେନାଙ୍କୁ ବିଜେପି କାର୍ଯ୍ୟାଳୟ ନିକଟରେ ଦୁଇ ଜଣ ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଥିଲେ । ଦୁଇଟି ଗୁଳି ତାଙ୍କ ବାମପଟେ ଛାତିରେ ବାଜିବାରୁ ଘଟଣାସ୍ଥଳରେ ହିଁ ମଙ୍ଗୁଳି ଜେନାଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାର ମୁଖ୍ୟମନ୍ତ୍ରୀ ଦୃଢ଼ ନିନ୍ଦା କରିବା ସହ ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଥିଲେ । କମିଶନ ପୁଲିସକୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେବାକୁ କହିଥିଲେ ।

ତେଣୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଆଜି ଇନଚାର୍ଜ ଡ଼ିଜିପି ବି.କେ ଶର୍ମା ଏହି ହତ୍ୟାକାଣ୍ଡର କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରାଙ୍କ ତତ୍ୱାବଧାନରେ ଡିଏସପି ପ୍ରମୋଦ ରଥ ଘଟଣାର ତଦନ୍ତ କରିବେ । ଏବଂ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଏହି ଘଟଣାର ତଦନ୍ତରେ ଅରୁଣ ବୋଥ୍ରାଙ୍କୁ ସହଯୋଗ କରିବେ ବୋଲି ବିକେ ଶର୍ମା କହିଛନ୍ତି ।

Leave a comment