୧୦୦ଟଙ୍କା ପାଇଁ ହତ୍ୟା: ଅଭିଯୁକ୍ତ ଗିରଫ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ମାତ୍ର ୧୦୦ ଟଙ୍କା ପାଇଁ ହୋଇଥିଲା ହତ୍ୟା। ପାଟଣା ପୋଲିସ ଏହାର ପର୍ଦାଫସ କରିଛି। ସୂଚନାଯୋଗ୍ୟ, କେନ୍ଦୁଝର ଜିଲ୍ଲା ପାଟଣା ଥାନା କରଞ୍ଜିଆପଡ଼ା ଗ୍ରାମରେ ଗତ ରବିବାର ହୋଇଥିବା ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ କରଞ୍ଜିଆପଡା ଗ୍ରାମ ବଣସାହିର ବଟକୃଷ୍ଣ ଦେହୁରୀଙ୍କ ପୁଅ ବସନ୍ତ ଦେହୁରୀ(୪୦) ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଏକମାସ ପୂର୍ବରୁ ମୃତ ଗୋବିନ୍ଦ ବସନ୍ତଙ୍କ ଠାରୁ ୧୦୦ ଟଙ୍କା ଉଧାର ନେଇଥିଲା । ଏହି ୧୦୦ ଟଙ୍କା ପାଇଁ ଶନିବାର ରାତିରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ବଚସା ପରେ ଗୋବିନ୍ଦକୁ ଅତି ନିର୍ମମ ଭାବରେ ବସନ୍ତ ପିଟିପିଟି ହତ୍ୟା କରିଥିବା ଘଟଗାଁ ଏସଡିପିଓ ରବୀନ୍ଦ୍ର ମଲ୍ଲିକ କହିଛନ୍ତି। ଗିରଫ ପରେ ବସନ୍ତକୁ କୋର୍ଟଚାଲାଣ କରାଯାଇଛି।

Leave a comment

You cannot copy content of this page