କ୍ରିକେଟ୍‌ ବିଶ୍ୱକପ୍‌ ଫାଇନାଲ, ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଲା ନ୍ୟୁଜିଲାଣ୍ଡ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଶ୍ୱକପ୍‌ କ୍ରିକେଟର ଆଜି ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହେଉଛି । ବର୍ଷା ଯୋଗୁ ଟସ ବିଳମ୍ବରେ ହୋଇଥିବା ବେଳେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ନ୍ୟୁଜିଲାଣ୍ଡ । ପୂର୍ବରୁ ଏହି ପିଚ୍‌ରେ ଖେଳାଯାଇଥିବା ୪ ବିଶ୍ୱକପ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଦଳ ହିଁ ବିଜୟୀ ହୋଇଛି । ଏହି ରେକର୍ଡକୁ ଦୃଷ୍ଟିରେ ରଖି ନ୍ୟୁଜିଲାଣ୍ଡ ଅଧିନାୟକ କେନ ଓ୍ବିଲିୟମସନ ଏଭଳି ନିଷ୍ପତ୍ତି ନେଇଛନ୍ତି । କିଏ ହେବ ବିଶ୍ୱକପ ବିଜେତା ତାହା ଉପରେ ଏବେ ସମସ୍ତଙ୍କର ନଜର ରହିଛି । ର୍ପୂବରୁ ଇଂଲଣ୍ଡ ୩ଥର ଓ ନ୍ୟୁଜିଲାଣ୍ଡ ଥରେ ବିଶ୍ୱକପ ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିଲେ କେହି ବିଶ୍ୱକପ୍‌ ଟ୍ରଫି ହାତେଇ ନାହାନ୍ତି । ତେବେ ଚଳିତ ବିଶ୍ୱକପରେ ଉଭୟ ଦଳ ଫାଇନାଲ ଟିକେଟ ହାତେଇଥିବା ବେଳେ କିଏ ପ୍ରଥମଥର ଲାଗି ବିଶ୍ୱପ୍‌ ଟ୍ରଫି ହାତେଇବ ସେ ନେଇ ସମସ୍ତଙ୍କ ନଜିର ରହିଛି । ତେବେ ବିଜେତା ଟିମକୁ ପୁରସ୍କାର ସ୍ବରୂପ ୨୮ କୋଟି ଓ ରନର୍ସ ଅପ ଟିମକୁ ୧୩.୮ କୋଟି ଟଙ୍କା ପ୍ରଦାନ କରାଯିବ । ତେବେ ରିପୋର୍ଟ ଲେଖା ଯିବା ପର୍ଯ୍ୟନ୍ତ ୨୭ ଓଭର ଖେଳ ସରିଥିବା ବେଳେ ନ୍ୟୁଜିଲାଣ୍ଡ ଟିମ୍‌ ୩ ଓ୍ବିକେଟ ହରାଇ ୧୧୮ କରିବାକୁ ସକ୍ଷମ ହୋଇଛି ।

ସୂଚନାଥାଉ କି, ସେମିଫାଇନାଲ ମ୍ୟାଚରେ ଭାରତକୁ ହରାଇ ନ୍ୟୁଜିଲାଣ୍ଡ ଫାଇନାଲକୁ ପ୍ରବେଶ କରିଥିବା ବେଳେ ଅଷେ୍‌ଟ୍ରଲିଆକୁ ହରାଇ ଇଂଲଣ୍ଡ ଫାଇନାଲରେ ପ୍ରବେଶ କରିଛି ।

Leave a comment