ଖୋଲିଲା ଚନ୍ଦକା ମୁଣ୍ଡକଟା ମହିଳାଙ୍କ ମୃତ୍ୟୁର ରହସ୍ୟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଚନ୍ଦକା ମୁଣ୍ଡକଟା ମହିଳାଙ୍କ ଶବ ଠାବ ମାମଲାରେ ପୁଲିସ କମିଶନର ସୁଧାଂଶୁ ଶେଖର ଷଡଙ୍ଗୀ ସାମ୍ବାଦିକ ସୂଚନା ଦେଇଛନ୍ତି। ଏହା ଏକ ଜଘନ୍ୟ ହତ୍ୟାକାଣ୍ଡ ହୋଇଥିବାବେଳେ ମୃତ ମହିଳାଙ୍କ ପରିଚୟ ପାଇବା ଆମ ପାଇଁ ବେଶ୍ ଚ୍ୟାଲେଞ୍ଜିଂ ଥିଲା ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି।
ସୂଚନାଯୋଗ୍ୟ, ମୃତ ମହିଳା ଜଣକ ହେଲେ ପୁଷ୍ପଲତା ରାଉଳ(୨୮)। ସ୍ୱାମୀଙ୍କ ମୃତ୍ୟୁ ପରେ ସଞ୍ଜୟଙ୍କ ସଂସ୍ପର୍ଶରେ ପୁଷ୍ପଲତା ଆସିଥିଲେ। ପୁଷ୍ପଲତାଙ୍କ ଘରେ ସଞ୍ଜୟ ଭଡ଼ା ରହୁଥିଲେ। ମାସେ ହେବ ସଞ୍ଜୟଙ୍କ ସହ ପୁଷ୍ପଲତା ଫୁଲେଶ୍ୱରୀ ବସ୍ତିରେ ରହୁଥିଲେ। ଡିସେମ୍ବର ୨୪ରେ ପ୍ରୀତିରଞ୍ଜନ ପତିଙ୍କୁ ପୁଷ୍ପଲତା ବାହା ହୋଇଥିଲେ। ପରେ ପ୍ରୀତିରଞ୍ଜନଙ୍କୁ ଛାଡ଼ି ଆସି ସଞ୍ଜୟଙ୍କ ସହ ରହିଥିଲେ। ବିବାହକୁ ନେଇ ସଞ୍ଜୟ ଓ ପୁଷ୍ପଲତାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ୩ ତାରିଖ ସଂନ୍ଧ୍ୟାରେ ସଞ୍ଜୟ ତଣ୍ଟି ଚିପି ପୁଷ୍ପଲତାଙ୍କ ହତ୍ୟା କରିଥିଲେ। ପରେ ସଞ୍ଜୟ ସାଙ୍ଗ ଚନ୍ଦୁକୁ ଡାକି ଶବ ଲୁଚାଇବା ଷଡ଼ଯନ୍ତ୍ର ପ୍ରସ୍ତୁତ କରିଥିଲେ। ଘରୁ ରାତିରେ ସହଯୋଗୀ ଚନ୍ଦୁ ସହ ବଲେରୋରେ ଶବ ନେଇ ଦାସପୁରରେ ମୁଣ୍ଡକାଟି ଫୋପାଡ଼ି ଦେଇ ଆସିଥିଲେ। ହତ୍ୟାକାଣ୍ଡ ଘଟଣା ପରେ ଉଭୟ ଦଶପଲ୍ଲା ପଳାଇ ଯାଇଥିଲେ। ବିବାହକୁ ନେଇ ବିବାଦ ହେବାରୁ ହତ୍ୟାକାଣ୍ଡ ଘଟିଥିଲା। ପୁଲିସ ଏବେ ୨ ଅଭୁଯୁକ୍ତଙ୍କୁ ଗିରଫ କରିଛି। ଉକ୍ତ ଘଟଣାରେ ଅଧିକ ପଚରାଉଚୁରା ପାଇଁ ପରେ ଦୁହିଁଙ୍କୁ ରିମାଣ୍ଡରେ ନିଆଯିବ ବୋଲି ଜଣାପଡ଼ିଛି।

Leave a comment