କୋଭିସିଲ୍ଡ ସମୟ ବ୍ୟବଧାନ ହ୍ରାସ କଲା ଏନ୍ଟିଏଜିଆଇ

ନୂଆଦିଲ୍ଲୀ : କୋଭିଡ୍ ଟିକା ‘କୋଭିସିଲ୍ଡ୍’ର ଦୁଇଟି ଡୋଜ୍ ମଧ୍ୟରେ ଥିବା ବ୍ୟବଧାନକୁ ହ୍ରାସ କଲା ଏନ୍ଟିଏଜିଆଇ । ସେ ୮ରୁ ୧୬ ସପ୍ତାହକୁ ହ୍ରାସ କରିଛି । ପ୍ରଥମ ଟିକାକରଣ ଆରମ୍ଭ ସମୟରେ ଦୁଇଟି ଡୋଜ୍ ମଧ୍ୟରେ ସମୟ ବ୍ୟବଧାନ ୬ରୁ ୮ ସପ୍ତାହ ଧାର୍ଯ୍ୟ କରାଯାଇଥିଲା । ପରବର୍ତ୍ତୀ ସମୟରେ ଏହା ୧୨ରୁ ୧୬ ସପ୍ତାହକୁ ବୃଦ୍ଧି କରାଯାଇଥିଲା । ନିକଟରେ ବିଶ୍ୱସ୍ତରୀୟ ବୈଜ୍ଞାନିକ ପ୍ରମାଣକୁ ଆଧାର କରି ଦୁଇଟି ଡୋଜ୍ ମଧ୍ୟରେ ଗ୍ୟାପ୍କୁ ୮-୧୬ ସପ୍ତାହକୁ ହ୍ରାସ କରାଯାଇଛି ।
ଅପରପକ୍ଷରେ କୋଭାକ୍ସିନ୍ର ଦୁଇଟି ଡୋଜ୍ ମଧ୍ୟରେ ଥିବା ୨୮ଦିନର ଗ୍ୟାପ୍ ନିଷ୍ପତ୍ତି ଅପରିବର୍ତ୍ତିତ ରହିଛି । ଏନ୍ଟିଏଜିଆଇଙ୍କ ଏହି ସଂଶୋଧିତ ନିଷ୍ପତ୍ତି କେବେଠାରୁ କାର୍ଯ୍ୟକାରୀ କରାଯିବ, ତାହା ଏପର୍ଯ୍ୟନ୍ତ କେନ୍ଦ୍ର ସରକାର ସ୍ପଷ୍ଟ କରିନାହାନ୍ତି ।