ଆଜିଠୁ ଦିଲ୍ଲୀ ଏମ୍ସରେ କୋଭାକ୍ସିନ ପରୀକ୍ଷା ପାଇଁ ପିଲାଙ୍କ ସ୍କ୍ରିନିଂ ଆରମ୍ଭ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଆଜି ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ ଭାରତ ବାୟୋଟେକ୍ କୋଭାକ୍ସିନର କ୍ଲିନିକାଲ୍ ପରୀକ୍ଷା ପାଇଁ ପିଲାମାନଙ୍କ ସ୍କ୍ରିନିଂ ଆରମ୍ଭ କରିବ। ପାଟନା ଏମ୍ସ ପରେ ଏବେ ଦିଲ୍ଲୀ ଏମ୍ସରେ କ୍ଲିନିକାଲ ପରୀକ୍ଷା ଆରମ୍ଭ କରାଯାଉଛି। ଏଥିରେ ୧୨ରୁ ୧୮ ବର୍ଷ ବୟସର ପିଲାଙ୍କ ଉପରେ ପରୀକ୍ଷା ଆରମ୍ଭ କରାଯିବ।
ଡ୍ରଗ କଣ୍ଟ୍ରୋଲ ଜେନେରାଲ ଅଫ ଇଣ୍ଡିଆର ଅନୁମତି ପାଇବା ପରେ ଦିଲ୍ଲୀ ଏମ୍ସ ପରୀକ୍ଷା ଆରମ୍ଭ ପୂର୍ବରୁ କ୍ଲିନିକାଲ ଟ୍ରାଏଲ ପାଇଁ ସ୍କ୍ରିନିଂ ଆରମ୍ଭ କରିବ। ଡିସିଜିଆଇର ଅନୁମୋଦନ ପରେ ମେ’ ୧୨ରେ ଏକ ବିଶେଷଜ୍ଞ କମିଟି ଦ୍ୱାରା ସୁପାରିଶ କରାଯାଇଥିଲା।