ଜାଣନ୍ତୁ କିପରି ନିଜେ ଘରେ ରହି କୋଭିଡ ଟେଷ୍ଟ କରିବେ?

ଏବେ ଆଉ କୋଭିଡ ଟେଷ୍ଟ କରିବା ପାଇଁ ଆଉ ଲମ୍ବା ଲାଇନରେ ଛିଡା ହେବାକୁ ପଡ଼ିବ ନାହିଁ। ଏନେଇ ଆଇସିଏମଅର ପକ୍ଷରୁ କୋଭିସେଲ୍ଫ ନାମକ ଏକ ଟେଷ୍ଟ କିଟକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହି ରାପିଡ୍ ଆଣ୍ଡିଜେନ ଟେଷ୍ଟ କିଟ ସାହାଯ୍ୟରେ ଆପଣମାନେ ଘରେ ରହି କୋଭିଡ ଟେଷ୍ଟ କରିବା ସହିତ ୧୫ ମିନିଟରେ ରିପୋର୍ଟ ପାଇପାରିବେ।
ଜାଣନ୍ତୁ କିପରି ଏହି ଟେଷ୍ଟ କରିବେ…
କିଟରେ ଏକ ଇନଷ୍ଟ୍ରକସନ ମାନୁଆଲ, ଏକ ପୂର୍ବ ପ୍ରସ୍ତୁତ ଟ୍ୟୁବ୍, ସ୍ୱାବ୍ ସଂଗ୍ରହ ପାଇଁ ନାସାଲ ଷ୍ଟିକ୍, ଏକ ଟେଷ୍ଟ କାର୍ଡ ଓ ଏକ ବାୟୋ ହାଜାର୍ଡ ବ୍ୟାଗ୍ ରହିଛି। ତେବେ କୋଭିଡ ଟେଷ୍ଟ ପୂର୍ବରୁ ‘ମାଇଁ ଲ୍ୟାବ୍ କୋଭିସେଲ୍ଫ୍’ ଆପ୍ ଡାଉନଲୋଡ କରନ୍ତୁ। ଏହି ଆପଟି ଆପ୍ ଷ୍ଟୋର ଓ ଗୁଗଲ ପ୍ଲେ ଷ୍ଟେରରେ ଉପଲବ୍ଧ ଅଛି।
ଆପକୁ ଯାଇ ତଥ୍ୟ ଭରନ୍ତୁ। ବର୍ତ୍ତମାନ ଆପଣ ପୂର୍ବ ପ୍ରସ୍ତୁତ ଟ୍ୟୁବକୁ ହାତରେ ଧରି ଟେବୁଲରେ ୩ ଥର ବାଡାନ୍ତୁ ଯେପରି ସେଥିରେ ଥିବା ତରଳ ପଦାର୍ଥଟି ତଳେ ଲାଗିଯିବ। ଏହି ଟ୍ୟୁବର ଖାପ ଖୋଲି ହାତରେ ଧରନ୍ତୁ। ଏହାପରେ ନାସାଲ ଷ୍ଟିକକୁ ଖୋଲି ହାତରେ ଧରନ୍ତୁ। ଏହି ସମୟରେ ଧ୍ୟାନରେ ରଖି ଷ୍ଟିକର ଆଗ ଭାଗକୁ ଛୁଇଁବେ ନାହିଁ। ପରେ ଏହି ନାସାଲ ଷ୍ଟିକକୁ ହାତରେ ଧରି ନାକର ଉଭୟ ପାଶ୍ୱର୍ରେ ନାକର ଶେଷ ପର୍ଯ୍ୟନ୍ତ ପୁରାଇ ୪-୫ ଥର ବୁଲାନ୍ତୁ ଯେପରି ନାକରୁ ସ୍ୱାବ୍ ଆସିବ। ବର୍ତ୍ତମାନ ଆପଣଙ୍କ ସ୍ୱାବ ଟେଷ୍ଟ ପାଇଁ ପ୍ରସ୍ତୁତ ହୋଇଛି।
ପରେ ଏହି ନାସାଲ ଷ୍ଟିକକୁ ପୂର୍ବ ପ୍ରସ୍ତୁତ ନାସାଲ ଟ୍ୟୁରେ ଭରି ସେଥିରେ ଥିବା ତରଳ ପଦାର୍ଥ ସହିତ ଆପଣଙ୍କ ସ୍ୱାବକୁ ଭଲକି ମିଶାନ୍ତୁ। ପରେ ନାସାଲ ଷ୍ଟିକକୁ ଟ୍ୟୁବରେ ଧରିବା ପର୍ଯ୍ୟନ୍ତ ଭାଙ୍ଗି ଦିଅନ୍ତୁ। ପରେ ଟ୍ୟୁବରେ ଥିବା ଏକ ଡ୍ରପ କ୍ୟାପକୁ ସେଥିରେ ଲଗାଇ ଦିଅନ୍ତୁ। ପରେ ସେହି ପ୍ରସ୍ତୁତ ସ୍ୱାବକୁ ଟେଷ୍ଟ କାର୍ଡରେ ପକାନ୍ତୁ। ପରେ ୧୫ ମିନିଟ ଅପେକ୍ଷା କରନ୍ତୁ। ଯଦି ୨୦ ମିନିଟ ପର୍ଯ୍ୟନ୍ତ କୌଣସି ରିପୋର୍ଟ ନ ଆସେ ତେବେ ରିପୋର୍ଟ ରଦ୍ଧ ହୋଇଯିବ। ୧୫ ମିନିଟ ପରେ କୋଭିସିଲ୍ଡ ଆପରେ ଏହି ଟେଷ୍ଟ କାର୍ଡକୁ ସ୍କାନ କରନ୍ତୁ। ସେଥିରେ ଆପଣଙ୍କ ରିପୋର୍ଟ ପାଇପାରିବେ। ପରେ ଏହି ଟେଷ୍ଟ କିଟକୁ ବାୟୋ ହାଜାର୍ଡ ବ୍ୟାଗରେ ଭର୍ତ୍ତି କରି ଫିଙ୍ଗି ଦିଅନ୍ତୁ। ଏହିପରି ଭାବେ ଘରେ ବସି ଟେଷ୍ଟ କରିପାରିବେ।