ବର୍ଷକରେ ୬୭ କୋଟିର ଜୋରିମାନା ଆଦାୟ ଗିରଫ ୧୪,୩୧୨

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କୋଭିଡ ନିୟମ ଉଲ୍ଲଙ୍ଘନ ଯୋଗୁ ବର୍ଷକ ମଧ୍ୟରେ ରାଜ୍ୟରେ ୬୭ କୋଟିର ଜୋରିମାନା ଆଦାୟ କରାଯାଇଛି। ମାସ୍କ ନ ପିନ୍ଧିବା, ସମାଜିକ ଦୂରତା ବଜାୟୀ ନରଖିବା, ସର୍ବସାଧାରଣ ସ୍ଥାନରେ ଭିଡ ଜମାଇବା ଭଳି କୋଭିଡ ନିୟମ ଉଲଙ୍ଘନ ଯୋଗୁୂ ଏହି ଜୋରିମାନା କଟା ଯାଇଥିବା ଓଡ଼ିଶା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏବେ କରୋନାର ପ୍ରଭାବ ପୁଣି ବଢି ଚାଲିଥିବା ବେଳେ ଲକଡାଉନ ହେବାର ମଧ୍ୟ ଆଶଙ୍କା ରହିଛି। ଏପରି ସ୍ଥଳେ ଓଡ଼ିଶା ପୁଲିସ ପକ୍ଷରୁ ବିଗତ ବର୍ଷଟେ ମଧ୍ୟରେ ଆଦାୟ କରାଯାଇଥିବା ଜୋରିମାନା ଉପରେ ତଥ୍ୟ ଉପସ୍ଥାପନ କରାଯାଇଛି।

ସୂଚନା ମୁତାବକ ବର୍ଷକ ମଧ୍ୟରେ କୋଭିଡ ନିୟମ ଉଲଙ୍ଘନ ଅଭିଯୋଗରେ ୭୯୭୯ଟି ମାମଲା ରୁଜୁ ହୋଇଛି। କୋଭିଡ ନିୟମ ଉଲଙ୍ଘନ ନେଇ ମୋଟ ଉପରେ ୧୪,୩୧୨ଟି ମାମଲା ରୁଜୁ କରାଯାଇଛି। କରୋନା ନେଇ ମିଥ୍ୟ ଖବର ପ୍ରଚାର ପ୍ରସାର କରିବା ଅଭିଯୋଗରେ ମୋଟ ୭୪ ଜଣଙ୍କୁ ଗିରଫ କରାଯାଇଛି। ସେହିପରି ହୋମ କ୍ୱାରାଣ୍ଟାଇନ ଉଲଙ୍ଘନ ଅଭିଯୋଗରେ ୨୧୫ ଟି ମାମଲା ରୁଜୁ କରାଯାଇଛି। ଲକଡାଉନ ନିମୟ ଉଲଙ୍ଘନ ଅଭିଯୋଗରୋ ୬୯୧୨ଟି ମାମଲା ରୁଜୁ ହୋଇଛି। ଲକଡାଉନ ସମୟରେ ଟ୍ରାଫିକ୍ ଯାଞ୍ଚ ବେଳେ ପୁଲିସ ସହ ଝଗଡା କରିବା ଅଭିଯୋଗରେ ୪୦ଟି ମାମଲା ରୁଜୁ କରାଯାଇଛି। ସେହିପରି ସୋଶିଆଲ ମିଡିଆରେ କରୋନା ନେଇ ମିଥ୍ୟା ଖବର ପ୍ରସାର କରିବା ଅଭିଯୋଗରେ ୧୧୧ଟି ମାମଲା ରୁଜୁ କରାଯାଇଥିବା ଓଡ଼ିଶା ପୁଲିସ ପକ୍ଷରୁ ସୂଚନା ମିଳିଛି। ସୋଶିଆଲ ମିଡିଆରେ ବହୁ ମିଥା ଖବର ପ୍ରସାରିତ ହୋଇଥିବା ଦେଖିବାକୁ ମିଳିଥିଲା। ଲକଡାଉନ, ସଟଡାଉନ ନେଇ କେତଳ ସ୍ଥଳେ ମିଥ୍ୟ ଖବର ପ୍ରସାର କରି ଲୋକମାନଙ୍କୁ ଭୟଭିତ କରାଯାଉଥିବା ଦେଖିବାକୁ ମିଳିଥିଲା। ସେମାନଙ୍କୁ ମଧ୍ୟରୁ ପୁଲିସ କିଛି ବ୍ୟକ୍ତିଙ୍କୁ ପୁଲିସ ଗିରଫ ମଧ୍ୟ କରିଥିଲା।
ସୂଚନାଯୋଗ୍ୟ, ଗତ ବର୍ଷ ମାର୍ଚ୍ଚ ମାସ ଠାରୁ ରାଜ୍ୟରେ କରୋନା କଟକଣା ଲାଗୁ କରାଯାଇଥିଲା। ଲକଡାଉନ୍ , ସଟଡାଉନ ସହ, ନାଇଟ୍ କର୍ଫ୍ୟୁ ମଧ୍ୟ ଜାରି କରାଯାଇଥିଲା। ସର୍ବସାଧାରଣଙ୍କ ଯାତୟତ ଉପରେ କଟକଣା ଲାଗୁ କରାଯାଇଥିଲା। କେବଳ ଅତ୍ୟାବଶକ ସାମଗ୍ରୀ ପରିବହନକୁ ଛାଡି ବାକି ସବୁ ଯାତାୟତ ଉପରେ କଟକଣା ଲଗାଇଥିଲେ ସରକାର। ଏପରିକି ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନକୁ ଛାଡି ବାକି ସବୁ ଦୋକାନ ବଜାର ମଧ୍ୟ ବନ୍ଦ ରହିଥିଲା। ପୁଲିସ ପକ୍ଷରୁ କେତକ ରାସ୍ତା ମଧ୍ୟ ପୁରା ବନ୍ଦ କରିଦିଆଯାଇଥିଲା। ଏଭଳି ବହୁ କଟକଣା ଲଗାଯାଇଥିବା ବେଳେ ଲୋକମାନଙ୍କୁ ନିୟମ ମାନିବାକୁ କୁହାଯାଇଥିଲା। ହେଲେ କିଛି ଲୋକ ନିୟମର ଅବହେଳା କରି ଏଭଳି ଜୋରିମାନା ଦେଇଥିବା ଓଡ଼ିଶା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

Leave a comment