ରାଜଧାନୀର ୫ଟି ସ୍କୁଲରେ କରୋନା ପରୀକ୍ଷା ଲାଗି ନମୁନା ସଂଗ୍ରହ ପ୍ରକ୍ରିୟା ଆରମ୍ଭ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜିଠାରୁ ଭୁବନେଶ୍ୱରର ୫ଟି ବିଦ୍ୟାଳୟରେ କରୋନା ପରୀକ୍ଷା ଲାଗି ନମୁନା ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି । ୫ଟି ବିଦ୍ୟାଳୟରେ ମେଡିକାଲ୍ ଟିମ୍ କରୋନା ସନ୍ଦିଗ୍ଧଙ୍କଠାରୁ ସ୍ବାବ୍ ସଂଗ୍ରହ କରୁଛନ୍ତି । ରାଜ୍ୟ ସରକାର କରୋନା ପରୀକ୍ଷା ଲାଗି ନମୁନା ସଂଗ୍ରହ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ଏଭଳି ପଦକ୍ଷେପ ନେଇଛନ୍ତି ।

ସୂଚନାଯୋଗ୍ୟ, ଭୁବନେଶ୍ବରର ଚନ୍ଦ୍ରଶେଖରପୁର ସରକାରୀ ହାଇସ୍କୁଲ, ଝାରପଡ଼ା ପ୍ରାଥମିକ ବିଦ୍ୟାଳୟ, ସହିଦ ନଗର ସରକାରୀ ହାଇସ୍କୁଲ, ଗଣ୍ଡମୁଣ୍ଡା ୟୁଜି ହାଇସ୍କୁଲ ଓ ନୟାପଲ୍ଲୀ ମମତାଜ ଅଲୀ ହାଇସ୍କୁଲରେ କରୋନା ସନ୍ଦିଗ୍ଧଙ୍କ ଠାରୁ ନମୁନା ସଂଗ୍ରହ କରାଯାଉଛି । ୧୭ ତାରିଖ ଯାଏ ମେଡିକାଲ୍ ଟିମର ନମୁନା ସଂଗ୍ରହ ଓ ଟେଷ୍ଟ ଚାଲିବ ବୋଲି ଜଣାଯାଇଛି । ପ୍ରକାଶ ଯେ, ଏହି ବିଦ୍ୟାଳୟଗୁଡ଼ିକରେ ୧୧ ତାରିଖରୁ ୧୭ ତାରିଖ ଯାଏଁ ସକାଳ ୯ରୁ ମଧ୍ୟାହ୍ନ ୧୨ ଓ ଅପରାହ୍ନ ୩ ରୁ ୫ଟା ଯାଏଁ କରୋନା ସନ୍ଦିଗ୍ଧଙ୍କଠାରୁ ନମୁନା ସଂଗ୍ରହ କରାଯିବ ।

Leave a comment