ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଖାରଜ

0

ଚିଲିକା ବିଧାୟକ ତଥା ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ନାମଞ୍ଜୁର କଲେ ଖୋର୍ଦ୍ଧା ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଜଜ୍। ଆଜି ପୂର୍ବାହ୍ନରେ ପ୍ରଶାନ୍ତ ଜଗଦେବ ଏହି କୋର୍ଟରେ ଜାମିନ ଆବେଦନ ଶୁଣାଣି ହୋଇଥିଲା। କୋର୍ଟ ଉଭୟ ପକ୍ଷର ସମସ୍ତ ତଥ୍ୟ ଦେଖିବା ସହ ଉଭୟ ପକ୍ଷର ଯୁକ୍ତି ମଧ୍ୟ ଶୁଣିଥିଲେ। ଶେଷରେ ମାନ୍ୟବର ବିଚାରପତି ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ନା ମଞ୍ଜୁର କରିଛନ୍ତି ।

ସୂଚନାଯୋଗ୍ୟ, ବୁଥରେ ଇଭିଏମ ଭାଙ୍ଗିବା, ପ୍ରିଜାଇଡିଂ ଅଫିସରଙ୍କୁ ମାଡ଼ ମାରିବା ଘଟଣାରେ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଭୋଟିଂ ଚାଲିଥିବା ବେଳେ ବୁଥରେ ପଶି ଭଙ୍ଗାରୁଜା କରିଥିଲେ । ବୋଲଗଡ଼ ବ୍ଲକ ବଡ଼କୁମାରୀ ପଞ୍ଚାୟତରେ ଭୋଟିଂ ବେଳେ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଥିଲା।

Leave a comment