କ୍ୟାପ୍ଟେନସିପ୍ ଏବଂ ଦଳରୁ ବିଦା ହେବା ପରେ ଦେଶ ସେବା କରୁଛନ୍ତି ଏହି କ୍ରିକେଟର

ଓଡ଼ିଶାଫାଷ୍ଟ (ବ୍ୟୁରୋ): ସୁରକ୍ଷା କରିଥାନ୍ତି। ସେମାନଙ୍କୁ ଦେଶର ପ୍ରକୃତ ନାୟକ ଭାବେ ଅଭିହିତ କରାଯାଏ। ସୀମାରେ ଯବାନ ମୁତୟନ ହୋଇଥିବା ଯୋଗୁ ଆମେ ଶାନ୍ତିରେ ଦେଶ ଭିତରେ ରହିପାରୁଛନ୍ତି। ଆଜିର ଯୁବକମାନେ ଯବାନମାନଙ୍କ କାହାଣୀ ଶୁଣି ସେନାରେ ଭର୍ତ୍ତି ହେବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। କିନ୍ତୁ ଏଠାରେ ଜଣେ ଏମିତି ଯବାନଙ୍କ କଥା ଉଲ୍ଲେଖ କରିଛୁ ଯିଏକି ସବୁଠି ନିରାଶ ହେବା ପରେ ଶେଷରେ ଦେଶ ସେବାରେ ନିଜକୁ ସମର୍ପିତ କରିଛନ୍ତି।
ଶ୍ରୀଲଙ୍କାର କ୍ରିକେଟ ଟିମ ଏବେ ଖରାପ ସମୟ ଦେଇ ଗତି କରୁଛି। ଗୋଟିଏ ପରେ ଗୋଟିଏ ପରାଜୟ ମିଳିବା ପରେ ବୋର୍ଡ ଅନେକ ଅଧିନାୟକ ପରିବର୍ତ୍ତନ କରୁଛି। ତଥାପି ସେମିତି କିଛି ସୁଫଳ ମିଳିପାରୁ ନାହିଁ। ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ଦିନେଶ ଚାନ୍ଦିମଲ୍ଙ୍କୁ ମଧ୍ୟ ସମାନ ଦଶା ଭୋଗିବାକୁ ପଡ଼ିଥିଲା ।
ଅଧିନାୟକ ପଦ ଏବଂ ଟିମରୁ ବାହାରିଥିଲେ
୨୦୨୧ ଆରମ୍ଭରୁ ଦିନେଶ ଚାନ୍ଦିମଲ୍ ଶ୍ରଲଙ୍କା ଟେଷ୍ଟ ଟିମ୍ର ଅଧିନାୟକ ଥିଲେ। କିନ୍ତୁ ୩ ମାସ ପରେ ତାଙ୍କୁ ଅଧିନାୟକ ପଦରୁ ହଟାଇଦିଆଗଲା। ଏହା ସହ ଟିମ୍ରୁ ମଧ୍ୟ ବାହାର କରିଦିଆଗଲା। ଏହା ପରେ ସେ ନିଜ ଜୀବନ ପାଇଁ ନୂଆ ରାସ୍ତା ବାଛିଲେ।
ଆର୍ମି ଦେଲା ସାହାରା
ଦିନେଶ ଚାନ୍ଦିମଲ୍ ଜାନୁଆରୀ ୨୦୨୧ରେ ‘ଶ୍ରୀଲଙ୍କା ଆର୍ମି ଭଲିଣ୍ଟିୟର ଫୋର୍ସ’ରେ ସାମିଲ୍ ହୋଇଥିଲେ। ତାଙ୍କୁ ଆର୍ମି କ୍ରିକେଟ ଟିମ୍ ପକ୍ଷରୁ ଖେଳିବାକୁ ଅଫର ମିଳିଥିବା ଏବଂ ସେ ରାଜି ହୋଇଯାଇଥିଲେ। ଶ୍ରୀଲଙ୍କା ଟିମରୁ ବାହାର କରିଦେବା ପରେ ସେ ଏବେ ନିଜର କାର୍ଯ୍ୟକୁ ବହୁତ ଭଲ ଭାବେ କରୁଛନ୍ତି।
ଦିନେଶ ହେଲେ ମେଜର ସାହେବ
ଶ୍ରଲଙ୍କାନ୍ ଆର୍ମିରେ ଦିନେଶ ଚାନ୍ଦିମଲ୍ଙ୍କୁ ମେଜର ରାଙ୍କ ମିଳିଛି। ସେନା ବର୍ଦ୍ଦି ତାଙ୍କୁ ବହୁତ ଭଲ ମାନୁଛି। ସେ ଏବେ ନିଜ କର୍ତ୍ତବ୍ୟ ନିର୍ବାହ କରୁଛନ୍ତି। ତେବେ ଚାନ୍ଦିମଲ୍ଙ୍କୁ ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଟିମ୍ରୁ ବାହାର କରିଦିଆଯାଇଥିଲା । ଏହାକୁ ନେଇ କ୍ରିକେଟ୍ ଫ୍ୟାନ୍ ମଧ୍ୟ ଚିନ୍ତିତ ହୋଇଥିଲେ।