ଆରମ୍ଭ ହେଲା ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୨୦୧୯ ନିର୍ବାଚନ କୁ ଦୃଷ୍ଟିରେ ରଖି ଆଜିଠାରୁ ରାଜ୍ୟରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇ ଆସନ୍ତା ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି, ଭୋଟର ତାଲିକା ଗୁଡିକୁ ସଂଶୋଧନ କରାଯିବା ପରେ ଆସନ୍ତ ବର୍ଷ ଜାନୁୟାରୀ ୪ ତାରିଖରେ ଚୂଡାନ୍ତା ଭୋଟର ତାଲିକା ପ୍ରକାଶ ପାଇବ ।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ ରାଜ୍ୟରେ ମୋଟ୍ ୩ କୋଟି ୧୨ ଲକ୍ଷ ୫୨ ହଜାର ୩୩୩ ଜଣ ଭୋଟର ଅଛନ୍ତି। ତେଣୁ ଏହି ଭୋଟରମାନେ ୩୭ ହଜାର ୬୦୩ଟି ବୁଥରେ ଭୋଟ ଦେବେ।
* ଗ୍ରାମାଞ୍ଚଳରେ ଗୋଟିଏ ବୁଥରେ ୧୨ଶହ ଭୋଟର ଭୋଟ ଦେବାର ବ୍ୟବସ୍ଥା କରାଯିବ ।
* ସହରାଞ୍ଚଳରେ ଗୋଟିଏ ବୁଥରେ ୧୪ଶହ ଭୋଟର ଭୋଟ ଦେବାର ବ୍ୟବସ୍ଥା କରାଯିବ ।
* ଦୁଇଟି ସ୍ଥାନରେ ଭୋଟର ତାଲିକାରେ ନାମ ଥିବା ବ୍ୟକ୍ତିଙ୍କ ନାମ ଗୋଟିଏ ତାଲିକାରୁ ବାଦ ଦିଆଯିବ ।
* ଭୋଟର ମାନେ ନିଜ ନାମ ଭୋଟର ତାଲିକାରେ ଯୋଡିପାରିବେ ଅଥବା ଅବଶ୍ୟକସ୍ଥଳେ କାଟି ମଧ୍ୟ ପାରିବେ ।
* ଭୋଟରମାନେ ନିଜ ନିଜ ବୁଥରେ ସେମାନଙ୍କ ଭୋଟର ତାଲିକା ସଂଶୋଧନ କରି ପାରିବେ ।
ଅପରପକ୍ଷରେ, ଭୁଲ ତଥ୍ୟ ଦେଇଥିଲେ ଭୋଟରଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଯଦି କୌଣସି ଉପଯୁକ୍ତ ଓ ଯୋଗ୍ୟ ଭୋଟରଙ୍କୁ ଅଧିକାରୀ ଭୋଟର ତାଲିକାରୁ ବାଦ ଦେଇଥାନ୍ତି, ତେବେ ତାଙ୍କ ବିରୋଧରେ ମଧ୍ୟ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଦେଇଛନ୍ତି ।