କେରଳରେ ଭାରତର ପ୍ରଥମ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ

ଓଡିଶା ଫାଷ୍ଟ( ବ୍ୟୁରୋ):ଭାରତର ପ୍ରଥମ କରୋନା ଆକ୍ରାନ୍ତ କେରଳରେ ଚିହ୍ନଟ । କେରଳର ଜଣେ ଛାତ୍ର କରୋନା ଭାଇରସ ଆକ୍ରାନ୍ତ ହୋଇଥିବା ଚିହ୍ନଟ କରାଯାଇଛି । ଚୀନର ୟୁହୀନ ବିଶ୍ୱବିଦ୍ୟାଳୟରେ ଛାତ୍ରଜଣକ ପଢୁଥିଲେ । ସେ ଚୀନରୁ ଆକ୍ରାନ୍ତ ହୋଇ କିଛି ଦିନ ତଳେ କେରଳ ଫେରିଥିବା ସୂଚନା ମିଳିଛି । ତେବେ କରୋନା ଭାଇରସ ଆକ୍ରାନ୍ତ ସମ୍ପୃକ୍ତ ଛାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା ବେଳେ ତାଙ୍କୁ ଅବଜରବେସନରେ ରଖାଯାଇଥିବା ଜଣାପଡ଼ିଛି । ତାଙ୍କୁ ସ୍ୱତନ୍ତ୍ର ୱାର୍ଡ଼ରେ ରଖି ଚିକିତ୍ସା କରାଯାଉଛି । ଚୀନରେ କରୋନା ଭାଇରସ ଯୋଗୁଁ ୧୬୯ ଜଣ ଲୋକଙ୍କର ଜୀବନ ଯାଇଛି । ଦିନକୁ ଦିନ ଏହା କାୟା ବିସ୍ତାର କରୁଛି ।