ବିଶେଷଜ୍ଞଙ୍କ ନୂଆ ତଥ୍ୟ: ଚର୍ମରେ ୯ ଘଣ୍ଟା ଯାଏଁ ସକ୍ରିୟ ରହୁଛି କରୋନା

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କରୋନାକୁ ନେଇ ଜାପାନୀ ବିଶେଷଜ୍ଞମାନେ ଚାଞ୍ଚଲ୍ୟକର ତଥ୍ୟର ଖୁଲାସା କରିଛନ୍ତି। କୋଭିଡ ଭୂତାଣୁ ମଣିଷ ଚର୍ମରେ ୯ଘଣ୍ଟା ପର୍ଯ୍ୟନ୍ତ ସକ୍ରିୟ ରହିପାରେ। ଏହାର ମୁକାବିଲା ପାଇଁ ବାରମ୍ବାର ହାତ ଧୋଇବା ଏକ ମାତ୍ର ଅସ୍ତ୍ର। ଚର୍ମରେ ଅଧିକ ସମୟ କରୋନା ରହିଲେ ମଣିଷ ସୁସ୍ଥ ରହିବ ନାହିଁ। ଏଥିସହ କରୋନା ବ୍ୟାପିବାର ଆଶଙ୍କା ଅଧିକ ବଢିବ ବୋଲି ବିଶେଷଜ୍ଞମାନେ ଆଶଙ୍କା କରିଛନ୍ତି। ଜଣେ କରୋନା ରୋଗୀଙ୍କ ମୃତ୍ୟୁର ୨୪ ଘଣ୍ଟା ପରେ ତାଙ୍କ ଚର୍ମକୁ ପରୀକ୍ଷା କରାଯିବା ପରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ଏପଟେ ଭାରତକୁ ଅନ୍ତରାଷ୍ଟ୍ରୀୟ କ୍ଷେତ୍ରରେ ଜୋରଦାର ଝଟ୍କା ଲାଗିଛି। କରୋନା ଔଷଧକୁ ନେଇ ବିଶ୍ୱ ବାଣିଜ୍ୟ ସଂଗଠନରେ ରଖାଯାଇଥିବା ପ୍ରସ୍ତାବକୁ ବିରୋଧ କରାଯାଇଛି। ଆମେରିକା, ୟୁରୋପୀୟ ରାଷ୍ଟ୍ର, ଇଂଲଣ୍ଡ, ସ୍ୱିଜରଲ୍ୟାଣ୍ଡ, ବ୍ରାଜିଲ ଭାରତର ପ୍ରସ୍ତାବ ଉପରେ ଆପତ୍ତି ଜଣାଇଛନ୍ତି। ଯେଉଁ ଦେଶ କରୋନା ଔଷଧ ବାହାର କରିବ ତାର ଟେକ୍ନୋଲୋଜି ସହ ଆବଶ୍ୟକ ତଥ୍ୟ ଅନ୍ୟ ଦେଶକୁ ମଧ୍ୟ ଦେବ ବୋଲି ଭାରତ ଏକ ପ୍ରସ୍ତାବ ଦେଇଥିଲା।
ଏହି ପ୍ରସଙ୍ଗରେ ଭାରତକୁ ଦକ୍ଷିଣ ଆଫ୍ରିକା, ଚୀନ, ପାକିସ୍ତାନ, ଥାଇଲାଣ୍ଡ, ଇଣ୍ଡୋନେସିଆ ଭଳି ଦେଶ ସମର୍ଥନ କରିଛନ୍ତ। କିନ୍ତୁ ଏହାକୁ ଗୁରୁତର ସହ ନେଇନାହାନ୍ତି ବଡବଡ ରାଷ୍ଟ୍ର। ନିଜ ନିଜ ମଧ୍ୟରେ ସହଯୋଗ କଲେ ସାରା ବିଶ୍ୱରେ କରୋନା ମୁକାବିଲା ସହଜ ହେବ ବୋଲି ଭାରତ କହିଥିଲା ।