କୋରୋନା ଭାଇରସ: ମୃତ୍ୟୁ ସଂଖ୍ୟା ଛୁଇଁଲା ୯୦୨

0

ଓଡିଶା ଫାଷ୍ଟ( ବ୍ୟୁରୋ): ଚୀନରେ ଧିରେ ଧିରେ କାୟା ବିସ୍ତାର କରୁଛି କୋରୋନା ଭାଇରସ । ଏହି ମହାମାରୀ କୋରୋନାର ପ୍ରକୋପ ଏବେ ଭୟଙ୍କର ରୂପ ନେଇଛି । ଭାଇରସ ପ୍ରଭାବରେ ମୃତ୍ୟୁ ସଂଖ୍ୟା ଥମିବାକୁ ନାଁ ନେଉ ନାହିଁ । କୋରୋନା ଯୋଗୁ ଚୀନରେ ବର୍ତମାନ ସୁଦ୍ଧା ୯୦୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଭାଇରସର ଉତ୍ପତି ହୋଇଥିବା ହୁଓ୍ବେଇରେ ଶନିବାର ୯୧ ଜଣଙ୍କର ମୃତ୍ୟୁ ହୋଇଛି । ସାରା ଦେଶରେ ପାଖାପାଖି ୪୦ ହଜାର କୋରୋନା ଦ୍ବାରା ସଂକ୍ରମଣର ଶିକାର ହୋଇଥିବା ଅନମାନ କରାଯାଉଛି ବୋଲି ଚୀନ ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଚୀନରେ ମହାମାରୀ କୋରୋନା ଦ୍ବାରା ବଢୁଥିବା ମୃତ୍ୟୁ ସଂଖ୍ୟା ୨୦୦୨-୨୦୦୩ର ବିଶ୍ବ ମହାମାରୀ ସିଭିୟର ଆକ୍ୟୁଟ ରେସପିରେଟୋରୀ ସିଣ୍ଡରମ ମୃତ୍ୟୁ ସଂଖ୍ୟାକୁ ମଧ୍ୟ ଟପିଯାଇଛି । ଝଇଜଝ ଭାଇରସ ଯୋଗୁଁ ୨୦୦୨-୨୦୦୩ରେ ୭୭୪ ଜଣଙ୍କର ମୃତ୍ୟୁ ହୋଇଥିଲା । ମହାମାରୀ କୋରୋନା ଭାଇରସର ଉତ୍ପତି ସ୍ଥାନ ହୁଓ୍ବେଇରେ ନୂଆ ୨୬୧୮ ଆକ୍ରାନ୍ତ ମାମଲା ସ୍ପଷ୍ଟ କରିଛି ଚୀନ ସ୍ବାସ୍ଥ୍ୟ ଆୟୋଗ । ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ରିପୋର୍ଟ ଅନୁଯାୟୀ, ମୋଟ ୨୧ଟି ଦେଶ ଏହି ଭାଇରସକୁ ରୋକିବା ପାଇଁ ବେଜିଂକୁ ସହଯୋଗର ହାତ ବଢାଇଛନ୍ତି । ବର୍ତମାନ ସୁଦ୍ଧା ଏହି ଭାଇରସକୁ ରୋକିବା ପାଇଁ ସ୍ବତନ୍ତ୍ର ଔଷଧ ବାହାରି ନଥିବା ବେଳେ, ବିଶ୍ବରେ ଥିବା ସମସ୍ତ ସ୍ବାସ୍ଥ୍ୟ ବିଭାଗ ଏହାର ଉପଚାର ବାହାର କରିବା ପାଇଁ ପରୀକ୍ଷା ଆରମ୍ଭ କରିଛନ୍ତି । ସେପଟେ କୋରୋନା ଭାଇରସ ପ୍ରକୋପରେ ପ୍ରଭାବିତ ଚୀନକୁ ସହଯୋଗ କରିବା ନେଇ ପ୍ରତିଶୃତି ଦେଇଛି ଭାରତ । ସେହିପରି ୧୦୦ ମିଲିୟନ ଡଲାରର ସହୟାତାର ହାତ ବଢାଇଛି ଆମେରିକା ।

Leave a comment