ଆଉ ୧୦ ଦିନ ପରେ ବଜାରକୁ ଆସିବ କରୋନା ଟୀକା

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କରୋନା ଯୋଗୁଁ ସାରା ବିଶ୍ଵ ଆତଙ୍କିତ । ଭାରତରେ ଅକ୍ଟୋବର -ନଭେମ୍ବର ବେଳକୁ ଟୀକା ଉଦ୍ଭାବନ ହେବ ବୋଲି ଆଶା କରାଯାଉଛି । ଏହି ସ୍ଥିତିରେ ରୁଷରୁ ଆସିଛି ଏକ ଆଶ୍ଵସ୍ତିକର ଖବର । ଆସନ୍ତା ଅଗଷ୍ଟ ୧୦ ତାରିଖ ସୁଦ୍ଧା ବଜାରକୁ କରୋନା ଟୀକା ଆସିଯିବ ବୋଲି ରୁଷ ଦାବି କରିଛି । ରୁଷର ଜଣେ ସରକାରୀ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।ଜାପାନ ଟାଇମ୍ସ ଓ ସିଏନ୍ଏନରେ ପ୍ରକାଶିତ ସୂଚନା ଅନୁସାରେ ମସ୍କୋର ଗାମାଲିଆ ପ୍ରତିଷ୍ଠାନ କରୋନା ପ୍ରତିଷେଧକ ଟୀକା ପ୍ରସ୍ତୁତ କରିଛି ଏବଂ ଏହାକୁ ଅନୁମୋଦନ ନିମନ୍ତେ ପଠାଯାଇଛି । ଅଗଷ୍ଟ ୧୦ରୁ ୧୨ ତାରିଖ ମଧ୍ୟରେ ଏହା ବଜାରରେ ଉପଲବ୍ଧ ହେବ । ପ୍ରଥମେ ଛାମୁଆ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସ୍ବାସ୍ଥ୍ୟ ସେବା କର୍ମଚାରୀଙ୍କୁ ପ୍ରଦାନ କରାଯିବ ଏବଂ ଏହାପରେ ସର୍ବସାଧାରଣଙ୍କୁ ପ୍ରଦାନ କରାଯିବ ।