ଅଗଷ୍ଟ ୧୦ରେ ବଜାରକୁ ଆସିବ ପ୍ରଥମ କରୋନା ଭ୍ୟାକ୍ସିନ୍, ତିଆରି କରିଛି ଋଷ୍

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମାରାତ୍ମକ କରୋନା ଭାଇରସ ସାରାବିଶ୍ୱରେ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ଅଣ୍ଟା ଭାଙ୍ଗିଦେଇଛି । ପ୍ରତିଦିନ ହଜାର ହଜାର ଲୋକ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ମଧ୍ୟ ହେଉଛି । ଏହିପରି ସମୟରେ ପ୍ରତିଟି ମୂହୂର୍ତ୍ତରେ କରୋନା ଭ୍ୟାକସିନ୍ର ଅପେକ୍ଷା ରହିଛି । ଏହା ମଧ୍ୟରେ ଏକ ଖୁସି ଖବର ରୁଷ୍ରୁ ଆସିଛି । ଋଷ୍ ବିଶ୍ୱର ପ୍ରଥମ ଦେଶ ହେବ , ଯିଏକି ଖୁବ୍ଶୀଘ୍ର କରୋନା ଭ୍ୟାକ୍ସିନ୍କୁ ମଂଜୁରୀ ଦେବ । ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ବିଶ୍ୱର ପ୍ରଥମ କରୋନା ଭ୍ୟାକ୍ସିନ୍କୁ ମଂଞ୍ଜୁରୀ ଦେବା ପାଇଁ ପ୍ରସ୍ତୁତ ହୋଇସାରିଛି ।
ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଋଷ୍ ର ଜଣେ ଅଧିକାରୀ କରୋନା ଭ୍ୟାକ୍ସିନ ବିଷୟରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛନ୍ତି । ତାଙ୍କ ଅନୁସାରେ କରୋନା ଭ୍ୟାକସିନ୍କୁ ମଂଜୁରୀ ପାଇଁ ୧୦ଅଗଷ୍ଟ ବା ତାପୂର୍ବରୁ ଘୋଷଣା ଉପରେ ବିଚାର କରାଯାଉଛି । ଏହି ଭ୍ୟାକ୍ସିନକୁ ମୋସ୍କୋ ସ୍ଥିତ ଗମଲେୟା ଇନ୍ଷ୍ଟିଚ୍ୟୁଟ୍ ପ୍ରସ୍ତୁତ କରିଛି ।
ଅଧିକାରୀଙ୍କ ମୁତାବିକ, ଭ୍ୟାକ୍ସିନର ସାଧାରଣଲୋଙ୍କ ଉପରେ ପ୍ରୟୋଗ ପାଇଁ ମଂଜୁରୀ ଦିଆଯିବ। ଫ୍ରଣ୍ଟଲାଇନ୍ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମେ ଏହା ଦିଆଯିବ । କିନ୍ତୁ ରୁଷ୍ ପକ୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଭ୍ୟାକ୍ସିନ ନେଇ କୌଣସି ବି ଟ୍ରାଏଲ୍ର ଡାଟା ଜାରି କରାଯାଇନାହିଁ । ଏଥିପାଇଁ ଏହା ପ୍ରଭାବ ଉପରେ କେତେକ ପ୍ରଶ୍ନ ମଧ୍ୟ ଉଠୁଛି । ଆଲୋଚକଙ୍କ ଅନୁଯାୟୀ, ଏତେ ଶୀଘ୍ର ଭ୍ୟାକ୍ସିନ୍ ପ୍ରସ୍ତୁତ କରିବା ଏକ ରାଜନୈତିକ ଦବାବ ବୋଲି ମନେକରାଯାଉଛି । ଯାହାକି ସାରାବିଶ୍ୱରେ ରୁଷ ଏକ୍ ବୈଜ୍ଞାନିକ ଶକ୍ତି ରୂପରେ ନିଜକୁ ଦର୍ଶାଇବାକୁ ଉଦ୍ୟମ କରୁଛି । ତେବେ ଏହାବ୍ୟତୀତ ଭ୍ୟାକ୍ସିନର ଅଧା ହ୍ୟୁମାନ୍ ଟ୍ରାଏଲ୍ ନେଇ ବି ପ୍ରଶ୍ନ ଉଠୁଛି ।
କରୋନା ଭାଇରସ୍ ନେଇ ସାରାବିଶ୍ୱର ବୈଜ୍ଞାନିକମାନେ ଗବେଷଣା ଜାରି ରହିଛି । କେତେକ ଦେଶରେ ଏହାର ଟ୍ରାଏଲ୍ ମଧ୍ୟ ଜାରି ରହିଛି । ଏପିରିକି କିଛି ଦେଶ ମଧ୍ୟ ଭ୍ୟାକ୍ସିନ୍ର ଟ୍ରାଏଲ୍ର ତୃତୀୟ ପର୍ଯ୍ୟାୟରେ ପହଞ୍ଚିଛନ୍ତି । ଏକ ଖବର ମୁତାବିକ ରୁଷର ଭ୍ୟାକ୍ସିନ ଏବେ ଦ୍ୱିତୀୟ ପର୍ଯ୍ୟାୟରେ ପୂରା କରିନାହିଁ । ଡେଭଲପର ପକ୍ଷରୁ ୩ଅଗଷ୍ଟ ପର୍ଯ୍ୟନ୍ତ ଏହି ପର୍ଯ୍ୟାୟ ପୁରା କରିବା ପାଇଁ ଯୋଜନା ରଖିଛନ୍ତି । ଏହା ପରେ ଏହାର ତୃତୀୟ ପର୍ଯ୍ୟନ୍ତ ପରୀକ୍ଷା ଆରମ୍ଭ ହେବ । ରୁଷ ବୈଜ୍ଞାନିକଙ୍କ ଅନୁଯାୟୀ, ଖୁବ୍ ଶୀଘ୍ର ଭ୍ୟାକ୍ସିନ୍ ପ୍ରସ୍ତୁତ ହୋଇଯିବ । କାହିଁକି ନା ଏହାପୂର୍ବରୁ ଅନେକ ମହାମାରୀ ଲଢିବା ନେଇ ଔଷଧ ପ୍ରସ୍ତୁତ ହୋଇଛି । ସେହିପରି ରୁଷର ପ୍ରତିରକ୍ଷା ବିଭାଗ କହିଛି ଯେ, ରୁଷ ସୈନିକମାନେ ହ୍ୟୁମାନ୍ ଟ୍ରାଏଲ୍ର ଭଲେଣ୍ଟିୟର୍ସ ରୂପରେ ଭାଗ ନେଇଥିଲେ । ଔଷଧର ପରିୟୋଜନାର ନିର୍ଦ୍ଦେଶକ ଅଲେକଜାଣ୍ଡର ଗିନ୍ସବର୍ଗ ନିଜେ ମଧ୍ୟ ଭ୍ୟାକ୍ସିନ୍ ନେଇସାରିଛନ୍ତି । ସାରାବିଶ୍ୱରେ ମହାମାରୀ ରୂପ ନେଇଥିବା କରୋନା ସଂକ୍ରମଣ ରୋକିବା ପାଇଁ ଏହି ଔଷଧ ବେଶ ଲାଭଦାୟକ ହେବ । କରୋନା ଭ୍ୟାକ୍ସିନ୍କୁ ମଂଜୁରୀ ଦେବା ଦିଗରେ କାର୍ଯ୍ୟ ଜଲ୍ଦା ଜାରି ରହିଛି ।