ଜୁନ ୨୦୨୨ ସୁଦ୍ଧା ଭୁବନେଶ୍ୱରରେ ଟିକା ଉତ୍ପାଦନ

ଏବେ ଓଡ଼ିଶା ଗସ୍ତରେ ଆସିଛନ୍ତି ଭାରତ ବାୟୋଟେକ୍ ଅଧ୍ୟକ୍ଷ କ୍ରିଷ୍ଣା ଇଲା। ଜୁନ ୨୦୨୨ ସୁଦ୍ଧା ଭୁବନେଶ୍ୱରରୁ କୋଭିଡ ଟିକା ଉତ୍ପାଦନ ହୋଇପାରେ ବୋଲି ସୂଚନା ମିଳିଛି। ଏନେଇ ରାଜ୍ୟ ବିଜ୍ଞାନ ଓ ବୈଷୟିକ ସଚିବଙ୍କ ସହ କ୍ରିଷ୍ଣା ଇଲା ଆଲୋଚନା କରିଛନ୍ତି। ଲୋକସେବା ଭବନରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଅନ୍ଧାରୁଆରେ ଟିକା ଉତ୍ପାଦନ ପ୍ଲାଣ୍ଟ ନେଇ ଆଲୋଚନା ହୋଇଛି। ଏହି ପ୍ଲାଣ୍ଟ ୨୦୨୨ ସୁଦ୍ଧା କାର୍ଯ୍ୟକ୍ଷମ ହେବାର ସମ୍ଭାବନା ରହିଛି।