୧୦ସୁଦ୍ଧା ସମସ୍ତ ଜିଲ୍ଲାର ଟିକାକରଣ ସମ୍ବନ୍ଧୀୟ ରିପୋର୍ଟ ହେବ ହସ୍ତଗତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ଆଗାମୀ ୧୦ଦିନ ଭିତରେ କୋଭିଡ୍ ଭ୍ୟାକ୍ସିନ୍ ପ୍ରଦାନ କରା ଯାଇପାରେ ବୋଲି ଘୋଷଣା କରିବାପରେ ଓଡ଼ିଶା ସରକାର ତତ୍ପରତା ପ୍ରକାଶ କରିଛନ୍ତି। ପ୍ରଥମ ପର୍ଯ୍ୟାୟ ଟୀକା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛନ୍ତି। ଆସନ୍ତା ୧୦ତାରିଖ ସୁଦ୍ଧା ରାଜ୍ୟରେ ଟିକାକରଣ ପରିଚାଳନା ପାଇଁ ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରସ୍ତୁତ କରାଯିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।
ସୂଚନାଯୋଗ୍ୟ, ବର୍ତ୍ତମାନ ଟିକାକରଣ ପାଇଁ ୨୯ ହଜାର ସେସନ୍ ସାଇଟ୍ ଅଛି। ସ୍ୱାସ୍ଥ୍ୟ ସଚିବ ଏହି ସେସନ ସାଇଟର ଫିଜିବିଲିଟି ଦେଖିବାକୁ ଜିଲ୍ଲାପାଳ ଓ ମହାନଗର ନିଗମ କମିସନରମାନଙ୍କୁ ଚିଠି ଲେଖିଛନ୍ତି। ସେସନ ସାଇଟରେ ପ୍ରତୀକ୍ଷା ରୁମ, ଟିକାକରରଣ ରୁମ, ଓ ଅବଜରଭେସନ୍ ରୁମ ଠିକ ଅଛି କି ନାହିଁ ସେମାନେ ଦେଖିବେ। ପ୍ରଥମେ ପ୍ରତିକ୍ଷା ରୁମରେ ଟିକା ପାଇବା ଲୋକଙ୍କ ତଥ୍ୟ ଯାଞ୍ଚ ହେବ ଯେ ସେମାନଙ୍କ ନାଁ ଡାଟାବେସରେ ଅଛନ୍ତି କି ନାହିଁ। ଏହାପରେ ଟିକାକରଣ ରୁମରେ ସେମାନଙ୍କ ବାକି ତଥ୍ୟ ଯାଞ୍ଚ ହୋଇ ଟିକା ଦିଆଯିବ। ତା ପରେ ସେମାନଙ୍କୁ ଅବଜରଭେସନ୍ ରୁମରେ ୩୦ ମିନିଟ୍ ରଖାଯିବ। ଏବେ ୩ ଲକ୍ଷ ୨୮ ହଜାର ୫୦୦ ଜଣଙ୍କ ଡାଟା ବେସ ପ୍ରସ୍ତୁତ ହୋଇଛି। ଟିକାକରଣ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଥିବାବେଳେ କେବେଳ ଟିକାକୁ ଅପେକ୍ଷା କରାଯାଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି।
ସେପଟ ଭୁବନେଶ୍ୱରରେ କରୋନା ଟିକାକରଣ ପାଇଁ ବିଏମସି ପ୍ରସ୍ତୁତି ଆରମ୍ଭ କରିଛି। ରାଜଧାନୀରେ ପ୍ରାଥମିକ ପର୍ଯ୍ୟାୟରେ ୨୫ରୁ ୨୭ ହଜାର ଲୋକଙ୍କୁ ଟିକା ଦିଆଯିବ। ରାଜଧାନୀରେ ବିଏମସି ଅଧୀନରେ ୧୮ଟି ହସ୍ପିଟାଲ ରହିଛି। ସେହିପରି ୨୬ଟି ଗୋଷ୍ଠୀ ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରହିଛି। ଏହା ସହିତ ୨୫ ରୁ ୨୭ ହଜାର ସ୍ୱାସ୍ଥ୍ୟକର୍ମୀଙ୍କ ତାଲିକା ପ୍ରସ୍ତୁତ ହୋଇଥିବା ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି। ରାଜ୍ୟ ସରକାରଙ୍କ ଗାଇଡଲାଇନ ଆଧାରରେ ଟିକାକରଣ କରାଯିବ। ବରିଷ୍ଠ ନାଗରିକଙ୍କ ତାଲିକା ମଧ୍ୟ ପ୍ରସ୍ତୁତ କରାଯାଉଛି। ସ୍ୱାସ୍ଥ୍ୟକର୍ମୀଙ୍କ