କରୋନା ଭାଇରସ୍ ରୋଗୀଙ୍କ ଚିକିତ୍ସା ପାଇଁ ଆସିଲା ଷ୍ଟେରଏଡ୍ ଡ୍ରଗ୍ ଡେକ୍ସାମେଥାସୋନ୍ ; ମିଳିଲା କେନ୍ଦ୍ରର ଅନୁମତି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମଧ୍ୟମ ତଥା ଗୁରୁତର ଲକ୍ଷଣ ବିଶିଷ୍ଟ କରୋନାଭାଇରସ୍ ରୋଗୀଙ୍କ ଚିକିତ୍ସା ପାଇଁ ମିଥାଇଲପ୍ରେଡନିସୋଲୋନର ବିକଳ୍ପ ଭାବରେ ଷ୍ଟେରଏଡ୍ ଡ୍ରଗ୍ ଡେକ୍ସାମେଥାସୋନ୍ ବ୍ୟବହାର କରିବାକୁ କେନ୍ଦ୍ର ସରକାର ଶନିବାର ଅନୁମତି ଦେଇଛନ୍ତି। ବ୍ରିଟିଶ କ୍ଲିନିକାଲ ପରୀକ୍ଷଣ ପରେ ଏହା ଗୁରୁତର ଅସୁସ୍ଥ ଥିବା କରୋନାଭାଇରସ୍ ରୋଗୀଙ୍କ ଜୀବନ ରକ୍ଷା କରିପାରିବାର କ୍ଷମତା ଥିବା ଜାଣି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଡେକ୍ସାମେଥାସୋନ୍ ଉତ୍ପାଦନରେ ଶୀଘ୍ର ବୃଦ୍ଧି ପାଇଁ ନିର୍ଦେଶ ଦେଇଛି । ଏହାସହ ଆର୍ଥରାଇଟିସ୍ ଭଳି ରୋଗର ପ୍ରଭାବକୁ ହ୍ରାସ କରିବା ସହ ଅମ୍ଳଜାନ ସହାୟତା ଆବଶ୍ୟକ କରୁଥିବା ରୋଗୀ ମଧ୍ୟ ଡେକ୍ସାମେଥାସୋନରେ ବ୍ୟବହାର କରିପାରିବେ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି “କ୍ଲିନିକାଲ୍ ମ୍ୟାନେଜମେଣ୍ଟ ପ୍ରୋଟୋକଲ୍: କୋଭିଡ-୧୯” ଡକ୍ୟୁମେଣ୍ଟରେ ଦର୍ଶାଯାଇଛି। ଜୁନ୍ ୨୭ ତାରିଖ ସକାଳ ସୁଦ୍ଧା ସମଗ୍ର ଦେଶରେ ୪୯୦୪୦୧ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଥିଲା। ଆକ୍ରାନ୍ତଙ୍କ ମଧ୍ୟରୁ ୨୯୫୮୮୦ ଜଣ ସୁସ୍ଥ ହୋଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଥିଲେ। ବାକି ୧୫୬୮୫ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା ।
୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୧୮, ୫୫୨ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୯୭୩୮୭ ପହଞ୍ଚିଛି । ସମଗ୍ର ଦେଶର ବିଭିନ୍ନ ଡାକ୍ତରଖାନାରୁ ଏପର୍ଯ୍ୟନ୍ତ ୨୯୫, ୮୮୦ ବା ୫୮.୧୩% ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଥିଲା ।

Leave a comment