କରୋନା ପାଇଁ ୨୫ରୁ ଆଶ୍ରମ ସ୍କୁଲ ଓ ଛାତ୍ରାବାସ ବନ୍ଦ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଆଶ୍ରମ ସ୍କୁଲ ଓ ଏସସି-ଏସଟି ଛାତ୍ରାବାସକୁ ମାର୍ଚ୍ଚ ୨୫ରୁ ବନ୍ଦ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହା ଜୁନ୍ ୧୫ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ସେମାନେ ଘରକୁ ଯିବା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ୩ମାସର ପ୍ରି-ମାଟ୍ରିକ ସ୍କଲାରସିପ୍ ଆଗୁଆ ପ୍ରଦାନ କରାଯିବ।
ସୂଚନାଯୋଗ୍ୟ, ବାଳିକା ଅନ୍ତେବାସୀଙ୍କୁ ୨୪୦୦ଟଙ୍କା ଓ ବାଳକ ଅନ୍ତେବାସୀଙ୍କୁ ୨୨୫୦ଟଙ୍କା ସ୍କୁଲରେ ଦିଆଯିବ । ଏବେ ରାଜ୍ୟର ବିଭିନ୍ନ ଆଶ୍ରମ ସ୍କୁଲ ଓ ଛାତ୍ରାବାସରେ ପ୍ରାୟ ୫.୬୦ଲକ୍ଷ ଛାତ୍ରଛାତ୍ରୀ ରହୁଛନ୍ତି।

Leave a comment