ରାଜ୍ୟରେ ୨୪ ଘଣ୍ଟାରେ ୪୬ ହଜାର ୭୫୪ କରୋନା ନମୁନା ପରୀକ୍ଷା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜ୍ୟରେ ଗତ ୨୪ ଘଣ୍ଟାରେ ମୋଟ୍ ୪୬ ହଜାର ୭୫୪ କରୋନା ନମୁନା ପରୀକ୍ଷା କରାଯାଇଛି। ଏହି ନମୁନା ପରୀକ୍ଷା ଆରଟିପିସିଆର୍‌, ଆଣ୍ଟିଜେନ୍‌ ଓ ଟ୍ରୁନଟ୍‌ ପଦ୍ଧତିରେ କରାଯାଇଥିବା ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ଏଥିମଧ୍ୟରୁ ଆଣ୍ଟିଜେନ୍‌ରେ ୩୯,୩୯୨,ଆରଟିପିସିଆରରେ ୭,୧୪୪ ଓ ଟ୍ରୁନଟ୍‌ରେ ୨୧୮ଟି କରୋନା ନମୁନା ପରୀକ୍ଷାକରାଯାଇଛି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୯ହଜାର ୫୧୩, କେନ୍ଦୁଝର ଜିଲ୍ଲାରେ ଦ୍ବିତୀୟ ସର୍ବାଧିକ ୪,୬୧୩ ଓ ମୟୂରଭଞ୍ଜ ଜିଲ୍ଲାରେ ତୃତୀୟ ସର୍ବାଧିକ ୩୬୯୭ଟି କରୋନା ନମୁନା ପରୀକ୍ଷା କରାଯାଇଛି।ସୂଚନାଯୋଗ୍ୟ ଗତକାଲି ୫୯,୪୯୨ଟି ନମୁନା ପରୀକ୍ଷା ହୋଇଥିଲା। ଏଥିମଧ୍ୟରୁ ୫୨ ହଜାର ୧୯୫ ଜଣଙ୍କର ଆଣ୍ଟିଜେନ ଟେଷ୍ଟ ହୋଇଛି । ଅପରପକ୍ଷରେ ୭ ହଜାର ୧୭୨ଟି ଆରଟିପିସିଆର୍ ଓ ୧୨୫ ଜଣଙ୍କର ଟ୍ରୁନଟ୍‌ ଟେଷ୍ଟ ହୋଇଥିଲା।

Leave a comment