କରୋନା ଆରୋଗ୍ୟ ତାଲିକାରେ ଓଡିଶାର ସ୍ଥାନ ୧୧

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନାକୁ ପ୍ରତିହତ କରିବା ପାଇଁ ବିଶ୍ୱର ସମସ୍ତ ଦେଶ ଆପ୍ରାଣେ ଚେଷ୍ଟା ଜାରିରଖିଛନ୍ତି। ଏହି କ୍ଷେତ୍ରରେ ଭାରତ ମଧ୍ୟ ଉଦ୍ୟମ ଜାରି ରଖିଛି। ତେବେ ମହାମାରୀ କରୋନାରୁ ଆରୋଗ୍ୟ କ୍ଷେତ୍ରରେ ଟପ୍ ୧୫ ରାଜ୍ୟ ତାଲିକା ପ୍ରକାଶ ପାଇଛି । କରୋନା ସଂକ୍ରମଣରୁ ଆରୋଗ୍ୟ କ୍ଷେତ୍ରରେ ଓଡିଶା ଏକାଦଶ ସ୍ଥାନରେ ରହିଛି ।

ପ୍ରଥମରେ ଚଣ୍ଡିଗଡ଼ରେ ଆରୋଗ୍ୟ ହାର ୮୨.୩ ପ୍ରତିଶତ ରହିଥିବା ବେଳେ ମେଘାଳୟରେ ୮୦.୮%, ରାଜସ୍ଥାନରେ ୭୯.୬%, ଉତ୍ତରାଖଣ୍ଡ ୭୮.୬%, ଛତିଶଗଡରେ ୭୮.୩%, ତ୍ରିପୁରାରେ ୭୮.୩%, ବିହାରରେ ୭୭.୫%, ମିଜୋରାମରେ ୭୬.୯%, ମଧ୍ୟପ୍ରଦେଶରେ ୭୬.୯%, ଝାରଖଣ୍ଡରେ ୭୬.୬%, ଓଡିଶାରେ ୭୩.୨%, ଗୁଜୁରାଟରେ ୭୨.୩%, ହରିୟାଣାରେ ୭୦.୩%, ଲାଦାଖରେ ୭୦.୧%, ଉତ୍ତରପ୍ରଦେଶରେ ୬୯.୧% ରହିଛି । ତେବେ ବର୍ତମାନ ଦେଶରେ ଆରୋଗ୍ୟ ହାର ବୃଦ୍ଧି ପାଉଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛନ୍ତି ।

Leave a comment