ଜଣେ ନୂଆ କରୋନା ଆକ୍ରାନ୍ତଙ୍କ ସହ ରାଜ୍ୟର କରୋନା ସଂଖ୍ୟ ହେଲା ୫୫

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ଆଉ ଜଣେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଆଜି ଅପରାହ୍ନରେ ରାଜ୍ୟ ସରକାରଙ୍କ ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗଚୀ ,ଏହି ସୂଚନା ଦେଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୫ରେ ପହଞ୍ଚିଛି । ଏହି ୫୫ନମ୍ବର ଆକ୍ରାନ୍ତ ୩୫ ବର୍ଷୀୟ ପୁରୁଷ । ସେ ବମୀଖାଲର ପୂର୍ଵ ଆକ୍ରାନ୍ତ ୭,୮,୨୨ ଓ ୩୯ ଙ୍କ ସଂସ୍ପର୍ଶରେ ଆସିଥିବା ବାଗଚୀ କହିଛନ୍ତି । ଏହି ୫୫ନମ୍ବର ପଜିଟିଭର ଟ୍ରାଭେଲ ହିଷ୍ଟ୍ରି ଟ୍ବଟ୍ କରିଛନ୍ତି ସୂଚନା ଓ ଲୋକ ସଂପର୍କ ବିଭାଗ । ସେହିପରି ଶ୍ରୀ ବାଗଚୀ କହିଛନ୍ତି କି ରାଜ୍ୟରେ ଚିହ୍ନଟ ମୋଟ ୫୫ ଜଣ କୋଭିଡ ୧୯ ପଜିଟିଭଙ୍କ ମଧ୍ୟରୁ ୧୩ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୪୧ ଜଣ ଚିକିତ୍ସାଧୀନ ଅଛନ୍ତି ।

ସୂଚନା ଓ ଲୋକ ସଂପର୍କ ବିଭାଗ ଜାରି କରିଥିବା ଟ୍ରାଭେଲ ହିଷ୍ଟ୍ରି ଅନୁଯାୟୀ, ଏହି ୫୫ ନମ୍ବର କରୋନା ଆକ୍ରାନ୍ତ ଲକଡାଉନ ସମୟରେ ବମିଖାଲର ଜୟଦୁର୍ଗା ଆପାଟମେଣ୍ଟରେ ରହୁଥିଲେ । ସେ ହୋମ ଆଇସୋଲେସନରେ ଥିଲେ । ଏବେ ତାଙ୍କ ନମୁନା ପଜିଟିଭ ଆସିବା ପରେ ତାଙ୍କୁ କିମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Leave a comment