କରୋନା ଆକ୍ରାନ୍ତ ହେଲେ ଶ୍ରୀମୟୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବୁଧବାର ଶାସକ ଦଳ ବିଜେଡିର ଚିନ୍ମୟ ସାହୁ ଏବଂ ଶ୍ରୀମୟୀ ମିଶ୍ର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଶ୍ରୀମୟୀ ବର୍ତ୍ତମାନ ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷା ଥିବାବେଳେ ଚିନ୍ମୟ କ୍ଷୁଦ୍ରଶିଳ୍ପ ନିଗମର ଅଧ୍ୟକ୍ଷ ଅଛନ୍ତି। କରୋନା ପଜିଟିଭ ଚିହ୍ନଟ ହେବା ପରେ ଚିନ୍ମୟ ହସ୍ପିଟାଲରେ ଭର୍ତ୍ତି ହେବା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ସତର୍କ ରହିବା ସହ ଟେଷ୍ଟ କରିବା ପାଇଁ ପରାମର୍ଶ ଦେଇଛନ୍ତି। ସେହିପରି ଶ୍ରୀମୟୀ ମଧ୍ୟ ସାମାଜିକ ଗଣମାଧ୍ୟମ ଜରିଆରେ ନିଜେ ସୁସ୍ଥ ଥିବା ନେଇ କହିଛନ୍ତି। ସୂଚନାଯୋଗ୍ୟ ଯେ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବରଗଡ଼ ସାଂସଦ ସୁରେଶ ପୂଜାରୀ, ଖଣ୍ଡପଡ଼ା, ନିଳଗିରି, ରେମୁଣା ଓ ସାଲେପୁରର ବିଧାୟକ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି।

Leave a comment

You cannot copy content of this page