କଟକର କ୍ୟାନସର ହସ୍ପିଟାଲରେ କରୋନା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ କରୋନା । ହସ୍ପିଟାଲରେ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ କ୍ୟାନସର ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ଲଲାଟେନ୍ଦୁ ଷଡଙ୍ଗୀ ସୂଚନା ପ୍ରଦାନ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ସଂପୃକ୍ତ ରୋଗୀ ଜଣକ ହସ୍ପିଟାଲ ଏମର୍ଜେନ୍ସି ଓାର୍ଡରେ ଥିଲେ । ତାଙ୍କ ଘର ଗଂଜାମ ହୋଇଥିବା ବେଳେ ସେ ଗତ ୧୯ ତାରିଖରେ ମେଡିକାଲରେ ଆଡମିଶନ ହୋଇଥିଲେ ।
କେମୋ ଚାଲିଥିଲା । ଏହାଛଡା ଓାର୍ଡରେ ଅନ୍ୟ ୨ ରୋଗୀ ମଧ୍ୟ ଥିବା ସେ କହିଛନ୍ତି । କରୋନା ଆକ୍ରାନ୍ତ ଥିବା ଚିହ୍ନଟ ହେବାପରେ ସଂପୃକ୍ତ ରୋଗୀଙ୍କୁ କିମ୍ସ କୋଭିଡ ହସ୍ପିଟାଲ ପଠାଯାଇଛି । ତେବେ ବର୍ତ୍ତମାନ ଉକ୍ତ ଓାର୍ଡକୁ ସିଲ କରାଯିବା ସହ ସାନିଟାଇଜ କରାଯାଉଥିବା ନିର୍ଦ୍ଦେଶକ ଡାକ୍ତର ଲଲାଟେନ୍ଦୁ କହିଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ଡାକ୍ତର ଓ ଷ୍ଟାଫ୍ଙ୍କୁ ଆଇସୋଲେସନରେ ପଠାଯିବ । ଡାକ୍ତର ଏବଂ ଷ୍ଟାଫ୍ମାନଙ୍କ କରୋନା ଟେଷ୍ଟ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ଏହାବ୍ୟତୀତ ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ୨ ରୋଗୀ ଓ ଆଟେ ଆଟେଣ୍ଡାଣ୍ଟ ଙ୍କ ମଧ୍ୟ ଟେଷ୍ଟ କରାଯିବ ।